ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନଥିବାବେଳେ ସରକାର ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୩ୟ ଲହରରେ ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରାଯାଉଛି ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ଭି.କେ. ପଲ କହିଛନ୍ତି ।

ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ, ଦେଶର ପ୍ରାୟ ୭୧ ପ୍ରତିଶତ ପ୍ରାପ୍ତ ବୟସ୍କ ଅନ୍ୟୁନ ଗୋଟିଏ ମାତ୍ରା ଟିକା ନେବା ପରେ ବି ଯଦି ୩ୟ ଲହର ଆସେ ତେବେ ଦୈନିକ ସଂକ୍ରମଣ ସଂଖ୍ୟା କେତେ ରହିବ ତାହା ଜାଣିବା ପାଇଁ ସରକାରଙ୍କ ପାଖରେ କୌଣସି ଫର୍ମୁଲା ନାହିଁ । କିନ୍ତୁ ସରକାର  ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ମୁକାବିଲା କରିବାକୁ ପ୍ରସ୍ତୁତି କରୁଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଦେଶରେ କରୋନାର ୨ୟ ଲହର ଏବେ ବି ନିୟନ୍ତ୍ରଣକୁ ଆସିନାହିଁ । କେତେକ ରାଜ୍ୟରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଏଣୁ ଆମକୁ ପାର୍ବଣ ଋତୁରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡ଼ିବ ।

 

The post ଦୈନିକ ୫ ଲକ୍ଷ ନୂଆ ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି : ଡ. ପଲ୍ first appeared on Sambad.

from କରୋନା | Sambad https://ift.tt/2WVOUUo