ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଏବେ ଥମି ଆସିଥିଲେ ମଧ୍ୟ ରୁଷ୍‌, ଆମେରିକା ଓ ବ୍ରାଜିଲ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ସଂକ୍ରମଣର ଯେ କୌଣସି ବିପଜ୍ଜନକ ସ୍ଥିତିକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ହେଉଛି। ଏଭଳି ସ୍ଥିତିରେ ଟିକାକରଣ ହିଁ ସୁରକ୍ଷାର ପ୍ରମୁଖ ମାର୍ଗ ଭାବେ ଗ୍ରହଣୀୟ ହୋଇଛି। ଦେଶରେ ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କ ମଧ୍ୟରୁ ୭୩.୬ ପ୍ରତିଶତ ଲୋକ ଅତି କମ୍‌ରେ ଗୋଟିଏ ଡୋଜ୍‌ କୋଭିଡ୍‌ ଟିକା ନେଇସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୭.୭ ପ୍ରତିଶତ ଲୋକ ଦୁଇଟି ଡୋଜ ନେଇସାରିଛନ୍ତି। କେତେକ ରାଜ୍ୟରେ ଶତ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆସରିଛି। ଜମ୍ମୁ କାଶ୍ମୀରରେ ୧୦୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆସରିଥିବା ବେଳେ ହିମାଚଳ ପ୍ରଦେଶରେ ମଧ୍ୟ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି। ଏହି ଦୁଇ ରାଜ୍ୟରେ ପାହାଡ଼ିଆ ଅଂଚଳରେ ଲୋକେ ରହୁଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ଅତ୍ୟନ୍ତ ସଫଳତାର ସହ ଆଗକୁ ବଢ଼ୁଛି। ପଂଜାବରେ ୬୯.୭ ପ୍ରତିଶତ, ରଜସ୍ଥାନରେ ୮୧.୬ ପ୍ରତିଶତ, ମହାରାଷ୍ଟ୍ରରେ ୬୯.୬ ପ୍ରତିଶତ, ଗୋଆରେ ୧୦୦ ପ୍ରତିଶତ, ଉତ୍ତରପ୍ରଦେଶରେ ୬୧/୪ ପ୍ରତିଶତ, ଦିଲ୍ଲୀରେ ୭୯.୮ ପ୍ରତିଶତ ଲୋକଙ୍କୁ ଅତିକମ୍‌ରେ ଗୋଟିଏ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।

The post କରୋନା ମୁକାବିଲା ପାଇଁ ଲମ୍ବା ଲଢ଼େଇ ଚାଲିବ: ମାତ୍ର ୩୦% ଲୋକ ଦୁଇଟି ଡୋଜ୍‌ ନେଇଛନ୍ତି first appeared on Sambad.

from କରୋନା | Sambad https://ift.tt/3aNbsd6