
ମୁମ୍ବାଇ: ଦିନେ କରୋନାର ହଟସ୍ପଟ ପାଲଟିଥିବା ମୁମ୍ବାଇରୁ ଆସିଛି ଖୁସି ଖବର | ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ ଆଜି ମୁମ୍ବାଇରେ କରୋନା ଯୋଗୁଁ କୌଣସି ବି ରୋଗୀଙ୍କର ମୃତ୍ୟୁ ହୋଇନାହିଁ | ଏକ ବର୍ଷ ପୂର୍ବେ କରୋନା ମହାମାରୀ ଆରମ୍ଭ ହେବା ପରେ ମୁମ୍ବାଇରେ ଆଜି ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ କୌଣସି ବି କୋଭିଡ ରୋଗୀଙ୍କ ମୃତ୍ୟୁ ରେକର୍ଡ ହୋଇନାହିଁ। ଉଲ୍ଲେଖଥାଉ କି, ମୁମ୍ବାଇ ଅଧିକାଂଶ ସମୟରେ କରୋନା ପ୍ରଭାବିତ ସହର ତାଲିକାରେ ଆଗରେ ରହିଥାଏ । ଆଜି ମୁମ୍ବାଇରେ ୩୬୭ଟି କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ମୁମ୍ବାଇରେ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ।ସହରରେ କୋଭିଡ୍ ପଜିଟିଭ୍ ହାର ୧.୨୭% ଥିବାବେଳେ ବର୍ତ୍ତମାନ ୫,୦୩୦ଟି ସକ୍ରିୟ ମାମଲା ରହିଛି | ସୂଚନା ଥାଉ କି ଯେ ଚଳିତ ବର୍ଷ ଏପ୍ରିଲରେ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ମୁମ୍ବାଇରେ କରୋନା ସଂକ୍ରମଣ ବିଷମ ପରିସ୍ଥିତି ସୃଷ୍ଟି କରିଥିଲା ।
କେବଳ ଏତିକି ନୁହେଁ, କେବଳ ମୁମ୍ବାଇରେ ଗୋଟିଏ ଦିନରେ ୧୧ ହଜାରରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଥିଲା। ସାରା ଦେଶର ରେକର୍ଡ କହିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ ୧୪,୧୪୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୪୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୬୭,୭୧୯ରେ ପହଞ୍ଚିଛି।
The post ହାରୁଛି କରୋନା! ପ୍ରଥମଥର ପାଇଁ ଆଜି ମୁମ୍ବାଇରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଶୂନ first appeared on Sambad.from କରୋନା | Sambad https://ift.tt/3pcBTBC
0 Comments