ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ କୋଭିଡ୍‌-୧୯ ଟିକା ଉପଲବ୍ଧ ହେବା ପରେ ୬୩ ପ୍ରତିଶତ ପିତାମାତା ସେମାନଙ୍କ ପିଲାଙ୍କୁ ଟିକା ଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଫ୍ୟାମିଲି ମେଡିସିନ ଓ ଫ୍ୟାମିଲି ହେଲ୍‌ଥକେୟାର ଜର୍ନାଲରେ ଏକ ଅନୁଧ୍ୟାନ ତଥ୍ୟ ପ୍ରକାଶ ପାଇଛି। ନୂଆଦିଲ୍ଲୀସ୍ଥିତ ବର୍ଦ୍ଧମାନ ମହାବୀର କଲେଜ ଓ ସଫଦର୍ଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିକାଲ ବିଭାଗ ପକ୍ଷରୁ ଏହି ଅନୁଧ୍ୟାନ କରାଯାଇଥିଲା।

ବିଭିନ୍ନ ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କୁ ଟିକା ଦେବା ଲାଗି ସେମାନେ ପ୍ରସ୍ତୁତ କି ନାହିଁ ପଚରାଯାଇଥିଲା। ୭୦.୪୪ ପ୍ରତିଶତ ଲୋକ ସେମାନଙ୍କ ପିଲାଙ୍କୁ ଟିକା ଦେବାକୁ ପ୍ରସ୍ତୁତ ବୋଲି ମତ ଦେଇଥିବା ବେଳେ ୨୯.୫୫ ପ୍ରତିଶତ ଲୋକ ଏ ବାବଦରେ ଅନିଚ୍ଛା ପ୍ରକାଶ କରିଥିଲେ। ୭୨.୫୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଯେଉଁମାନେ ୪୬୭ ଉତ୍ତରଦାତାଙ୍କ ମଧ୍ୟରେ ଥିଲେ, ସେମାନେ ପିଲାଙ୍କୁ ଟିକା ଦେବାକୁ ଆଗ୍ରହୀ ବୋଲି କହିଥିଲେ, ଯଦିଚ ୨୭.୪୧ ପ୍ରତିଶତ ଲୋକ ନକାରାତ୍ମକ ଉତ୍ତର ଦେଇଥିଲେ। କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ଡ. ଯୁଗଳକିଶୋର କହିଛନ୍ତି, ୬୩.୧% ବା ଅଧିକାଂଶ ଲୋକ ପିଲାଙ୍କୁ ଟିକା ଦେବା ସପକ୍ଷରେ ମତ ଦେଇଛନ୍ତି। ତେଣୁ ପିଲାଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଏହି କାର୍ଯ୍ୟକ୍ରମକୁ ଆଗେଇନେବା ସହଜ ହେବ।

The post ୬୩% ଲୋକ ପିଲାମାନଙ୍କୁ ଟିକା ଦେବା ସପକ୍ଷରେ: ସର୍ଭେ first appeared on Sambad.

from କରୋନା | Sambad https://ift.tt/3nnZdeE