
ମୁମ୍ବାଇ: ମହାରାଷ୍ଟ୍ରରେ ଗତ ୨୧୪ ଦିନ ମଧ୍ୟରେ ସବୁଠୁ କମ୍ ସଂକ୍ରମଣ (୩୦୭୫) ଆଜି ଚିହ୍ନଟ ହୋଇଛି। ଏହା ପୂର୍ବରୁ ମହାରାଷ୍ଟ୍ରରେ ଗତ ଫେବ୍ରୁଆରି ୯ ତାରିଖରେ ଦୈନିକ ସଂକ୍ରମଣ ୨୫୧୫ ଏବଂ ମୃତ୍ୟୁ ୩୫ ରହିଥିଲା। ତେଣୁ ଗତ ୬ ମାସରୁ ଅଧିକ ସମୟରେ ମହାରାଷ୍ଟ୍ରରେ କମ କରୋନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ମଧ୍ୟ ଦୈନିକ ସଂକ୍ରମଣ ୪୦୦ ତଳକୁ ଖସିଆସିଛି। ତେବେ ପାର୍ବଣ ଋତୁ ପାଇଁ ନମୁନା ପରୀକ୍ଷା ହ୍ରାସ ପାଇଥିବାରୁ ସଂକ୍ରମଣ କମିଥିବା ଅଧିକାରୀମାନେ ମତ ଦେଇଛନ୍ତି।
ଆଜି ସୁଦ୍ଧା ମହାରାଷ୍ଟ୍ରରେ ୬୪.୯ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ପାଖାପାଖି ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ଦୈନିକ ହାରାହାରି ପ୍ରାୟ ଦେଢ଼ ଲକ୍ଷରୁ ୧ ଲକ୍ଷ ୭୦ ହଜାର ନମୁନା ପରୀକ୍ଷା ପୂର୍ବରୁ ହେଉଥିବାବେଳେ ଗତ ଶୁକ୍ରବାର ୧ ଲକ୍ଷ ୩୦ ହଜାର ନମୁନା ପରୀକ୍ଷା ହୋଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩୬୧ ଜଣ କରୋନାରେ ପୀଡ଼ିତ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିଯୋଗୁ ମୁମ୍ବାଇ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୭.୩୪ ଲକ୍ଷରେ ଏବଂ ମୃତ୍ୟୁ ୧୬,୦୧୫ରେ ପହଞ୍ଚିଛି। ମୁମ୍ବାଇରେ ଦୈନିକ ସଂକ୍ରମଣ ଚଳିତମାସରେ ତୃତୀୟ ଥର ପାଇଁ ୪୦୦ରୁ କମ ରହିଛି।
The post ୨୧୪ ଦିନରେ ସବୁଠୁ କମ୍ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3k37DWz
0 Comments