
ଭୁବନେଶ୍ୱର : ଗତବର୍ଷ ଏପ୍ରିଲ ୭ ତାରିଖରେ ଭୁବନେଶ୍ବରରେ ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ସେବେଠାରୁ କ୍ରମାଗତ ଭାବରେ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ମାସେ ମଧ୍ୟରେ ମୃତ୍ୟୁ ସଂଖ୍ୟା ଶହେ ଛୁଇଁଥିବାବେଳେ ଭୁବନେଶ୍ବରରେ ଆଜି ମୃତ୍ୟୁସଂଖ୍ୟା ହଜାରେ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଫଳରେ କୋଭିଡ୍ଜନିତ ମୃତକଙ୍କ ସଂଖ୍ୟା ରାଜଧାନୀରେ ୧୦୦୨ରେ ପହଞ୍ଚିଛି।
ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଆଉ ୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭ହଜାର ୩୩୭ରେ ପହଞ୍ଚିଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୩ହଜାର ୨୩୩ରେ ପହଞ୍ଚିଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ କମିବାରେ ଲାଗିଛି। ଗତକାଲି ୩୧୦୮ ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ୩୦୮୧ ସକ୍ରିୟ ଆକ୍ରାନ୍ତ ଥିବା ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପଟେ ଶିଶୁଙ୍କ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲି ୧୧ଜଣ ଥିବା ବେଳେ ଆଜି ଏହି ସଂଖ୍ୟା ୨୮ରେ ପହଞ୍ଚିଛି। ଏଥିରେ ସ୍ଥାନୀୟ ସଂକ୍ରମଣ ୧୯ ରହିଥିବା ବେଳେ ସଙ୍ଗରୋଧରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୩୪ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀରୁ ସର୍ବାଧିକ ୧୫, ପୁରୁଣା ଭୁବନେଶ୍ବରରୁ ୧୨, ଜୟଦେବବିହାର ଓ ଭିଏସ୍ଏସ୍ ନଗରରୁ ୯ ଏବଂ ବଡ଼ଗଡ଼ ଓ ଶୈଳଶ୍ରୀବିହାରରୁ ୬ଜଣ ଲେଖାଏଁ ଥିବା ଜଣାପଡ଼ିଛି।
The post ରାଜଧାନୀରେ ହଜାରେ ଛୁଇଁଲା କରୋନା ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/2WPr7W2
0 Comments