ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୧ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୧,୩୮୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୫,୯୪,୮୦୩ ଓ ମୃତ୍ୟୁସଂଖ୍ୟା ୪,୪୬,୩୬୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରେକର୍ଡ କରାଯାଇଥିବା ଦେଶର ସମୁଦାୟ ନୂତନ ସଂକ୍ରମଣ ମାମଲାରୁ ୮୬.୬% ମାମଲା ହେଉଛି ଉପରୋକ୍ତ ୫ଟି ରାଜ୍ୟର।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୮,୪୮,୨୭୩ରେ ପହଞ୍ଚିଛି। ସମ୍ପ୍ରତି ଭାରତର ସୁସ୍ଥତା ହାର ୯୭.୭୮% ରହିଛି।
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୦୦,୧୬୨। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭୮ ହ୍ରାସ ପାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ସର୍ବାଧିକ କୋଭିଡ୍-୧୯ ସଂକ୍ରମଣ ମାମଲା ରେକର୍ଡ କରିଥିବା ଦେଶର ୫ଟି ରାଜ୍ୟ ମଧ୍ୟରେ ରହିଛନ୍ତି କେରଳ (୧୯,୬୮୨), ମହାରାଷ୍ଟ୍ର (୩,୩୨୦), ତାମିଲନାଡୁ (୧,୭୪୫), ମିଜୋରାମ (୧,୨୫୭) ଏବଂ ଆନ୍ଧ୍ରପ୍ରଦେଶ (୧,୧୭୧)।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୪,୧୫,୧୮,୦୨୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୭୨,୨୦,୬୪୨ ଡୋଜ୍ ଟିକା।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ସମୁଦାୟ ୫୫,୯୯,୩୨,୭୦୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୬୫,୬୯୬ଟି ନମୁନା।
The post ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧,୩୮୨ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ; ମୃତ୍ୟୁସଂଖ୍ୟା ୩୧୮ first appeared on Sambad.from କରୋନା | Sambad https://ift.tt/2XYGID7
0 Comments