ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୮୧୫୭, କ୍ଷତିପୂରଣ ବାବଦରେ ଖର୍ଚ୍ଚ ହେବ ୪୦.୭୮ କୋଟି ଟଙ୍କା

ନୂଆଦିଲ୍ଲୀ : କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରମାନେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ଏହି ଅର୍ଥ ପ୍ରଦାନ କରିବେ।

ଓଡ଼ିଶା ସରକାରଙ୍କ କରୋନା ବୁଲେଟିନ୍‌ ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ୮୧୫୭ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ପାଖାପାଖି ୪ ଲକ୍ଷ ୫୦ ହଜାର ‌ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ବାବଦରେ ୨ ହଜାର ୨୫୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯିବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ସଂପର୍କୀତ ସତ୍ୟପାଠ ଓ ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ ପୂର୍ବକ ରାଜ୍ୟ ସରକାରମାନେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି ସୂଚନା ମିଳିଛି।

The post ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୮୧୫୭, କ୍ଷତିପୂରଣ ବାବଦରେ ଖର୍ଚ୍ଚ ହେବ ୪୦.୭୮ କୋଟି ଟଙ୍କା first appeared on Sambad.

from କରୋନା | Sambad https://ift.tt/3nYDYjT

Post a Comment

0 Comments