ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ବାରାଣ୍ଟାଇନରୁ ୩୧୬ ଜଣ ଚିହ୍ନଟ ହୋଇଥିବାବେଳେ ୨୨୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ଚିହ୍ନଟ ହୋଇଥିବା ୫୩୯ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୨୩ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୧୨ ଜଣ, କଟକରୁ ୪୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩୧ ଜଣ, ଯାଜପୁରରୁ ୧୭ ଜଣ, ଝାରସୁଗୁଡ଼ାରୁ ୪ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେଉଁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୫୪ ଜଣ, କୋରାପୁଟରୁ ୩, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୨ ଜଣ, ସୋନପୁର ଓ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏଁ ଓ ଷ୍ଟେଟ ପୁଲରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd September
New Positive Cases: 539
Of which 0-18 years: 77
In quarantine: 316
Local contacts: 223(Details of local contacts will be shared by concerned Dist Administration)
District Wise Cases:
1. Angul: 6
2. Balasore: 23
3. Bargarh: 2
4. Bhadrak: 12— I & PR Department, Odisha (@IPR_Odisha) September 24, 2021
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦,୨୩,୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦,୦୯,୦୮୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୮୨୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
The post ରାଜ୍ୟରେ ୫୩୯ ନୂଆ କରୋନା ଆକ୍ରାନ୍ତ ; ୭୭ ଜଣଙ୍କ ବୟସ ୧୮ ବର୍ଷରୁ କମ first appeared on Sambad.from କରୋନା | Sambad https://ift.tt/3i100P4
0 Comments