ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରୁ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

 

ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫୩୨ରେ ପହଞ୍ଚିଛି। ସେହିପରି ଏଯାବତ ୧୦୪୩୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୦୦୭ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି। ଏବେ ବି ରାଜଧାନୀରେ ୩୧୧୭ଟି କରୋନା ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୨୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୪୮ଜଣ ରହିଛନ୍ତି।

The post ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫୩୨ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3A0615C