
ରାଉରକେଲା: ବରଗଡ, ଡେଙ୍ଗାନାଳର କାମାକ୍ଷା ସ୍କୁଲରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କରୋନା ଆକ୍ରାନ୍ତ ହେବା ପରେ ପିଲାଙ୍କ ପାଠପଢ଼ାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସୁନ୍ଦରଗଡ ବଣାଇଁ ବ୍ଲକରେ ଏକ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀଙ୍କୁ କରୋନା ଉଭୟ ଶିକ୍ଷା ବିଭାଗ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି। ବଣାଇ ବ୍ଲକର ଇନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ସରସରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଇନ୍ଦ୍ରପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ଏଥିରେ ମୋଟ ୧୫ଜଣ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରାଯାଇଥିଲା। ତନ୍ମମଧ୍ୟରୁ ୫ଜଣ ଛାତ୍ରଛାତ୍ରୀ କରୋନା ରିପୋର୍ଟ ପଜିଟିଭ୍ ଆସିଛି। । ଏହା ଜଣାପଡ଼ିବା ପରେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆସନ୍ତା ତିନିଦିନ ପାଇଁ ନବମ ଶ୍ରେଣୀକୁ ବନ୍ଦ କରିଦେଇଛନ୍ତି।
The post ବିଦ୍ୟାଳୟର ୫ ଛାତ୍ରଛାତ୍ରୀଙ୍କୁ କରୋନା first appeared on Sambad.from କରୋନା | Sambad https://ift.tt/3l8IRUf
0 Comments