ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୫୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୬୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୩୬, ବାଲେଶ୍ୱରରୁ ୩୧, କେନ୍ଦ୍ରାପଡ଼ାରୁ ୨୮, ପୁରୀରୁ ୨୧, ମୟୂରଭଂଜରୁ ୨୦, ଅନୁଗୁଳରୁ ୧୭, ଢେଙ୍କାନାଳରୁ ୧୪, ସମ୍ବଲପୁରରୁ ୧୨, ଜଗତସିଂହପୁର ଓ କେନ୍ଦୁଝରରୁ ୧୧-୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବୌଦ୍ଧରୁ ୧୦, ରାୟଗଡ଼ା, ଦେବଗଡ଼ରୁ ୯-୯, ସୁନ୍ଦରଗଡ଼ରୁ ୮, ଭଦ୍ରକ, ନୟାଗଡ଼ରୁ ୭ ଜଲ ଲେଖାଏଁ, ଗଂଜାମରୁ ୬, କନ୍ଧମାଳରୁ ୫, ବରଗଡ଼ରୁ ୪, କୋରାପୁଟରୁ ୩, ସୁବର୍ଣ୍ଣପୁରରୁ ୨ ଓ ରାଜ୍ୟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୭୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫ first appeared on Sambad.from କରୋନା | Sambad https://ift.tt/3yXyffU
0 Comments