
ନୂଆଦିଲ୍ଲୀ : ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବିଶ୍ବବିଦ୍ୟାଳୟ ଓ କଲେଜ ମାନଙ୍କରେ କୋଭିଡ ବିରୋଧରେ ଲଡେଇ ତଥା କୋଭିଡ ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ୟଙ୍ଗ ୱାରିଅର୍ସ(ଯୁବ ଯୋଦ୍ଧା) ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଦେଶର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ମାନଙ୍କର ପ୍ରିନ୍ସପାଲ ମାନଙ୍କୁ ପତ୍ର ଲେଖିଛନ୍ତି। ୟୁଜିସିର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମର ଆଯୋଜନ କରିବା ତଥା ଅଧିକରୁ ଅଧିକ ଯୁବକମାନଙ୍କୁ କାର୍ଯ୍ୟକ୍ରମଗୁଡିକରେ ସାମିଲ ନେଇ ପ୍ରେରିତ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି। ପତ୍ରରେ ଯୁବ ଯୋଦ୍ଧା ଅଭିଯାନ କୋଭିଡ ବିରୋଧରେ ଲଢିବା ପାଇଁ ୟୁନିସେଫ ଦ୍ବାରା ଆରମ୍ଭ କରାଯାଇଛି ଏବଂ ଏଥିରେ ଅଧିକରୁ ଅଧିକ ଯୁବମାନେ ସାମିଲ ହେଲେ ଅଭିଯାନ ସାର୍ଥକତା ସହିତ ଆକର୍ଷଣୀୟ ହୋଇପାରିବ ବୋଲି ୟୁଜିସି ଦ୍ବାରା କୁଳପତି ଓ ପ୍ରିନ୍ସିପାଲ ମାନଙ୍କୁ ଅବଗତ କରାଯାଇଛି।
The post କୋଭିଡ ମୁକାବିଲା ପାଇଁ ବିଶ୍ବବିଦ୍ୟାଳୟ ଓ କଲେଜରେ ପ୍ରସ୍ତୁତ କରାଯିବ ଯୁବ ଯୋଦ୍ଧା first appeared on Sambad.from କରୋନା | Sambad https://ift.tt/3mQqUwo
0 Comments