ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୬୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୪୬, ଯାଜପୁରରୁ ୩୨, ପୁରୀରୁ ୨୫, ଜଗତସିଂହପୁରରୁ ୨୨, ସମ୍ବଲପୁରରୁ ୨୧, ଅନୁଗୁଳରୁ ୨୦, ବରଗଡ଼ରୁ ୧୮, କେନ୍ଦ୍ରାପଡ଼ାରୁ ୧୩ ଓ କେନ୍ଦୁଝରରୁ ୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୧୦, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୮, ମୟୂରଭଂଜରୁ ୬, ଗଂଜାମ, କନ୍ଧମାଳରୁ ୪-୪, କୋରାପୁଟ, ନୂଆପଡ଼ାରୁ ୩-୩, ବଲାଙ୍ଗୀର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନରୁ ସୁସ୍ଥ ହେଲେ ୬୬୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ first appeared on Sambad.

from କରୋନା | Sambad https://ift.tt/3t2wj4u