ଭୁବନେଶ୍ବର : ରାଜଧାନୀରେ ରବିବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ ରହିଛି। ଗତକାଲି ୩୫୪ ଥିବା ବେଳେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା କମିଛି। କିନ୍ତୁ ସୁସ୍ଥଙ୍କ ସଂଖ୍ୟା ଆଶାନୁରୂପ ବଢ଼ୁନଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୨୪୨୨ ସକ୍ରିୟ ଆକ୍ରାନ୍ତ ଥିବା ବେଳ‌େ ରବିବାର ଏହି ସଂଖ୍ୟା ୨୪୯୮ରେ ପହଞ୍ଚିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୩୯ ଥିଲା। ରବିବାର ଏହି ସଂଖ୍ୟା ୨୩୭ ରହିଛି। ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁନଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି।

ଗତ ଦୁଇ ଦିନ ମୃତ୍ୟୁ ସଂଖ୍ୟା ୪ ଲେଖାଏଁ ରହିଥିଲା। ରବିବାର ଏହା ୫ ଦର୍ଶାଯାଇଛି। ରବିବାର ଚିହ୍ନଟ ହୋଇଥିବା ୩୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପାତ୍ରପଡ଼ାରେ ସର୍ବାଧିକ ୨୧ ଜଣ ରହିଛନ୍ତି। ଗତକାଲି ଏଠାରେ ମାତ୍ର ୪ ଜଣ ଆକ୍ରାନ୍ତ ଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏତେ ପରିମାଣରେ ବଢ଼ିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି। ସେହିଭଳି ରସୁଲଗଡ଼ରେ ୧୨ ଜଣ ରହିଥିବା ବେଳେ ଶୈଳଶ୍ରୀ ବିହାରରେ ୧୦ ଜଣ, ପୁରୁଣା ଭୁବନେଶ୍ବରରେ ୯ ଜଣ, ନୂଆପଲ୍ଲୀ, ଟଙ୍କାପାଣି ରୋଡ୍‌, ୟୁନିଟ୍‌-୬ ଓ ଝାରପଡ଼ା ଅଞ୍ଚଳରେ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ଭୁବନେଶ୍ବରରେ ୩୧୮ କ‌ରୋନା ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3jgdJBD