
ତିରୁଅନନ୍ତପୁରମ୍ : ଆସନ୍ତା କିଛିଦିନରେ କେରଳ ସଂକ୍ରମଣରେ ଦ୍ବିଗୁଣା ବୃଦ୍ଧି ହେବ। ରାଜ୍ୟରେ କିଛି ଜିଲ୍ଲାରେ ଆର୍ ଭାଲୁ ୧ ଉପରେ ଥିବାରୁ ଏବଂ ୯୦ ପ୍ରତିଶତ ମାମଲାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଥିବାରୁ ଆଗକୁ ସଂକ୍ରମଣ ଏଭଳି ବଢ଼ିବ ବୋଲି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ କହିଛନ୍ତି। ଡେଲ୍ଟା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଆଗକୁ ସଂଗ୍ରମଣ ଆହୁରି ଅଧିକ ବଢ଼ିବ। ଆଗକୁ ତୃତୀୟ ଲହର ଆସୁଥିବାରୁ ଏବଂ ରାଜ୍ୟରେ ଏଯାଏଁ ଦ୍ବିତୀୟ ଲହର ଶେଷ ହୋଇ ନଥିବାରୁ କଟକଣା ସମ୍ପୂର୍ଣ୍ଣ ହଟିବନି ବୋଲି ସେ କହିଛନ୍ତି। ଦୀର୍ଘଦିନ ଧରି ଆମେ ଲକ୍ଡାଉନ୍ରେ ରହିପାରିବାନି। ଆମକୁ ଜୀବନ ଜୀବିକାକୁ ସୁରକ୍ଷା ଦେବାକୁ ପଡ଼ିବ। କେରଳ ଏହି ୨ଟି ଦିଗକୁ ଧ୍ୟାନ ଦେଇ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ବୁଧବାର କେରଳରେ କଟକଣା ଆଂଶିକ କୋହଳ ହୋଇଥିଲା। କିନ୍ତୁ ପ୍ରତି ୧୦୦୦ ଲୋକରେ ୧୦ ପଜିଟିଭ ମାମଲା ଥିବା ଅଞ୍ଚଳରେ ଟ୍ରିପଲ୍ ଲକ୍ଡାଉନ୍ ନିର୍ଦ୍ଦେଶ ଦିଆଯାଇଥିଲା।
The post କେରଳରେ ସଂକ୍ରମଣ ଦ୍ବିଗୁଣା ବୃଦ୍ଧି ହେବ: ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/3jwqKab
0 Comments