ନୂଆଦିଲ୍ଲୀ : କରୋନା ଟିକା ନେଇନଥିବା ଲୋକଙ୍କ ପରି ଟିକା ନେଇଥିବା ଲୋକ ବି ଅତି ସହଜରେ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ ହେଉଛନ୍ତି ଏବଂ ସେମାନଙ୍କଠାରୁ ଅତି ସହଜରେ ରୋଗ ବ୍ୟାପୁଛି। ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ‌ଡେଲ୍‌ଟା ଏବେ ବିଶ୍ବବ୍ୟାପୀ ବ୍ୟାପିଲାଣି। ତେବେ ବ୍ରିଟେନ୍‌ରେ ବୈଜ୍ଞାନିକମାନେ ଏନେଇ ଏକ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଟିକାକରଣ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକିପାରିବନି। କିନ୍ତୁ ଏହା ରୋଗ କବଳରୁ ସୁରକ୍ଷା ଦେଇପାରିବ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକା ନେଇନଥିବା ଲୋକଙ୍କଠାରେ ଭାଇରସ୍‌ ସ୍ତର ଯେମିତି ରହୁଛି ଟିକା ନେଇଥିବା ଲୋକଙ୍କ ଶରୀରରେ ବି ଭାଇରସ୍‌ ସ୍ତର ଠିକ୍‌ ସେମିତି ରହୁଛି। ବ୍ରିଟେନ୍‌ରେ ୯୯ ପ୍ରତିଶତ ମାମଲାରେ ଡେଲ୍‌ଟା ଚିହ୍ନଟ ହୋଇଛି।

The post ବ୍ରିଟେନ୍‌ରେ ବୈଜ୍ଞାନିକଙ୍କ ଚେତାବନୀ: ଡେଲ୍‌ଟା ସଂକ୍ରମଣକୁ ରୋକିପାରିବନି କୋଭିଡ୍‌ ଟିକା first appeared on Sambad.

from କରୋନା | Sambad https://ift.tt/3rXg8VL