
ଭୁବନେଶ୍ୱର: ରାଜ୍ୟରେ ଆଜି ୧୪୭୫ ଜଣ ଆକ୍ରାନ୍ତ କରୋନା ଭାଇରସ୍ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୩୯୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୁରୀରୁ ୧୪୬, ଜଗତସିଂହପୁରରୁ ୧୦୬, ବାଲେଶ୍ୱରରୁ ୯୭, ଯାଜପୁରରୁ ୭୭, ଭଦ୍ରକରୁ ୪୯, ମୟୂରଭଂଜରୁ ୪୦, ନୟାଗଡ଼ରୁ ୩୨, ଅନୁଗୁଳରୁ ୩୧ ଓ ସୁନ୍ଦରଗଡ଼ରୁ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଢେଙ୍କାନାଳରୁ ୨୩, କନ୍ଧମାଳ, କେନ୍ଦୁଝରରୁ ୨୦-୨୦, କେନ୍ଦ୍ରାପଡ଼ାରୁ ୧୮, ସମ୍ବଲପୁର, ସୁବର୍ଣ୍ଣପୁରରୁ ୧୧-୧୧, ନବରଂଗପୁର, ରାୟଗଡ଼ାରୁ ୯-୯, ଦେବଗଡ଼ରୁ ୮, ଗଂଜାମ, କୋରାପୁଟରୁ ୭-୭, ଗଜପତି, ମାଲକାନଗିରିରୁ ୬-୬, ବରଗଡ଼, ବୌଦ୍ଧରୁ ୨-୨, ବଲାଙ୍ଗୀର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୪୭୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୦ first appeared on Sambad.from କରୋନା | Sambad https://ift.tt/3s5qxPi
0 Comments