
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୫୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୬ ହଜାର ୯୨୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୧୨୧, ବାଲେଶ୍ୱରରୁ ୮୭, ଯାଜପୁରରୁ ୮୫, ଜଗତସିଂହପୁରରୁ ୮୪, ଭଦ୍ରକରୁ ୬୨, ଅନୁଗୁଳରୁ ୪୭, ମୟୂରଭଂଜରୁ ୪୬, ସୁନ୍ଦରଗଡ଼ରୁ ୪୩ ଓ ନୟାଗଡ଼ରୁ ୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୫, ଢେଙ୍କାନାଳରୁ ୨୬, ନବରଂଗପୁରରୁ ୨୧, କେନ୍ଦୁଝରରୁ ୧୮, ରାୟଗଡ଼ାରୁ ୧୬, ସୁବର୍ଣ୍ଣପୁରରୁ ୧୫, ସମ୍ବଲପୁରରୁ ୧୩, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେବଗଡ଼ରୁ ୯, କନ୍ଧମାଳରୁ ୮, ବରଗଡ଼, ଗଜପତି, ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ବଲାଙ୍ଗୀର, କୋରାପୁଟରୁ ୫-୫, ଗଂଜାମ, ମାଲକାନଗିରିରୁ ୪ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୭୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି ୧୫୫୮ ଆକ୍ରାନ୍ତ କରୋନାରୁ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୨ first appeared on Sambad.from କରୋନା | Sambad https://ift.tt/3fERFPT
0 Comments