
ନୂଆଦିଲ୍ଲୀ: ଭାରତ ସରକାର ଜାଇଡସ୍ କାଡିଲା ଟିକାକୁ ଦେଶରେ ଜରୁରି ବ୍ୟବହାର ପାଇଁ ଅନୁମତି େଦଇସାରିଥିବା େବେଳ ଏହା ଆସନ୍ତା ସେପ୍ଟେମ୍ବର ମଧ୍ୟଭାଗରୁ ଉପଲବ୍ଧ େହବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଜାଇଡସ୍ର ପରିଚାଳନା ନିର୍ଦ୍ଦେଶକ ଶର୍ବିଲ ପଟେଲ କହିଛନ୍ତି, ଏହି ଟିକା ୧୨ ଓ ୧୮ ବୟସବର୍ଗର ପିଲା ଓ ବୟସ୍କଙ୍କଠାରେ ଆଣ୍ଟିବଡ଼ି ସ୍ତର ବୃଦ୍ଧି କରି ଡେଲ୍ଟା ଭାରିଆଣ୍ଟ ବିରୋଧରେ ୬୬ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ େହାଇଛି। ଏପର୍ଯ୍ୟନ୍ତ ୨୮,୦୦୦ ସ୍ବେଚ୍ଛାସେବୀ ୫୦ରୁ ଅଧିକ ସ୍ଥାନରେ ଏହାର ପରୀକ୍ଷଣରେ ଭାଗ ନେଇଛନ୍ତି। ସେମାନଙ୍କଠାରେ ହୋଇଥିବା ପ୍ରଥମ ଓ ଦ୍ବିତୀୟ ପରୀକ୍ଷଣର ରିପୋର୍ଟ ଲାନ୍ସେଟ୍ ପତ୍ରିକାରେ ପ୍ରକାଶ ପାଇଛି। ୧୨ ବର୍ଷରୁ ଅଧିକ ବୟସର ପିଲା ପରୀକ୍ଷଣରେ ଭାଗ ନେଇଥିବା ବେଳେ ୧୨ ବର୍ଷରୁ କମ୍ ୧୪୦୦ ପିଲା ଏଥିରେ ଭାଗ ନେବା ପାଇଁ ଆବେଦନ କରିଥିଲେ। ସେପ୍ଟେମ୍ବର ମଧ୍ୟଭାଗରେ ଟିକାର ବାଣିଜ୍ୟିକ ପ୍ରସାର ଆରମ୍ଭ ହୋଇଯିବ ଏବଂ ଏବେ ୩୦ରୁ ୫୦ ଲକ୍ଷ ଏବଂ ଅକ୍ଟୋବରଠାରୁ ମାସିକ ଏକ କୋଟି ଡୋଜ୍ ଟିକା ଉତ୍ପାଦନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଏହା ହେଉଛି ବିଶ୍ବର ପ୍ରଥମ ଟିକା ଯାହା ଡିଏନ୍ଏ ଟେକ୍ନୋଲୋଜିରେ ତିଆରି ଏକ ମାଇକ୍ରୋନିଡ୍ଲ ଇଞ୍ଜେକ୍ଟର ସାହାଯ୍ୟରେ ଦିଆଯିବ।
The post ‘ଜାଇଡସ୍ କାଡିଲା’ର ସେପ୍ଟେମ୍ବରରୁ ବାଣିଜ୍ୟିକ ପ୍ରସାର ଆରମ୍ଭ ହେବ first appeared on Sambad.from କରୋନା | Sambad https://ift.tt/3sBDq3L
0 Comments