
ନୂଆଦିଲ୍ଲୀ: ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ୭୨୦ରୁ ଅଧିକ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଏନ୍ସିପିସିଆର୍ (ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ କମିସନ୍) ତଥ୍ୟରୁ ଜଣାପଡ଼ିଛି ଯେ, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ରହୁଥିବା ପ୍ରାୟ ୬୮୬ ଶିଶୁ ଚଳିତ ବର୍ଷ କରୋନା ସଂକ୍ରମିତ ହୋଇଛନ୍ତି। ଗତବର୍ଷ କେବଳ ଉତ୍ତରପ୍ରଦେଶରେ ଶିଶୁ ଯତ୍ନ ଅନୁଷ୍ଠାନରେ ୩୫ ଶିଶୁ କରୋନା ସଂକ୍ରମିତ ହୋଇଥିଲେ। ତେବେ ଚଳିତବର୍ଷ ଉତ୍ତରପ୍ରଦେଶର ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକରୁ କୌଣସି ଶିଶୁ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। ତେବେ କରୋନା ଯୋଗୁଁ ଏଭଳି କେନ୍ଦ୍ରରେ କୌଣସି ଶିଶୁଙ୍କର ମୃତ୍ୟୁ ହୋଇନାହିଁ। ହରିୟାଣାରେ ସର୍ବାଧିକ ୨୮୮ ଶିଶୁ କରୋନା ସଂକ୍ରମିତ ହୋଇଥିବା ବେଳେ ତାମିଲନାଡ଼ୁରେ ୧୪୯, ବିହାରରେ ୧୩୧, ମିଜୋରାମରେ ୪୬, କର୍ଣ୍ଣାଟକରେ ୩୭, ଦିଲ୍ଲୀରେ ୧୯, ତେଲେଙ୍ଗାନାରେ ୭, ଗୁଜରାଟରେ ୬ ଏବଂ ଚଣ୍ଡିଗଡ଼ରେ ୩ ଜଣ ଶିଶୁ ଯତ୍ନ ଅନୁଷ୍ଠାନରେ ସଂକ୍ରମିତ ହୋଇଛନ୍ତି।
The post ଶିଶୁ ଯତ୍ନ ଅନୁଷ୍ଠାନରେ ୭୨୧ ଶିଶୁ କରୋନା ସଂକ୍ରମିତ, ହରିୟାଣାରେ ସର୍ବାଧିକ first appeared on Sambad.from କରୋନା | Sambad https://ift.tt/3sDOihn
0 Comments