ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୦୭୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୫ ହଜାର ୩୦୨ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୬୩, ଯାଜପୁରରୁ ୪୫, ମୟୂରଭଂଜରୁ ୪୦, ଜଗତସିଂହପୁରରୁ ୩୩, ନୟାଗଡ଼ରୁ ୨୯, ପୁରୀରୁ ୨୫, କେନ୍ଦ୍ରାପଡ଼ାରୁ ୨୪, ଢେଙ୍କାନାଳରୁ ୧୭ ଓ ଭଦ୍ରକରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ, କେନ୍ଦୁଝରରୁ ୯, ଅନୁଗୁଳରୁ ୮, ଗଂଜାମ, ମାଲକାନଗିରିରୁ ୭-୭, ସମ୍ବଲପୁରରୁ ୬, ଦେବଗଡ଼ରୁ ୫, ଝାରସୁଗୁଡ଼ା, କନ୍ଧମାଳରୁ ୪-୪, ଗଜପତିରୁ ୩, କୋରାପୁଟ, ନୂଆପଡ଼ାରୁ ୨-୨ ଓ ରାଜ୍ୟପୁଲରୁ ୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୭୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬ first appeared on Sambad.

from କରୋନା | Sambad https://ift.tt/3j5Dllx