ଭୁବନେଶ୍ବର: ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ ସମ୍ପୂର୍ଣ୍ଣ ବାଉଣ୍ଡରି ଟାଣିବା ବଡ଼ କଷ୍ଟ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏମିତି ଲହର ଆସେ। ତାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନି। ଏହାର ପ୍ରଭାଵ ସମାଜରେ କିଛିଟା ରହିବ। ଆମର ସଂକ୍ରମଣ ହାର ୨.୪ ରେ ଚାଲୁଛି । କିନ୍ତୁ ଏଥିପାଇଁ ଆମେ ଖୁସି ହେବା କଥା ନୁହେଁ । ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ତିନିଅଙ୍କରେ ସଂକ୍ରମଣ ସଂଖ୍ୟା ରହୁଛି। ଏଠି ପିଜିଟିଭ୍ ରେଟ ହାଇ ରହୁଛି । ସେଥିପାଇଁ ସବୁବେଳେ ଆମକୁ ସଜାଗ ରହିବାକୁ ହେବ ।

କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେହିଦିଗରେ କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି । କୁହାଯାଇପାରିବ ଏହା ଟିକାର ପ୍ରଭାବ ଓ ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ହୋଇଛି। ତେଣୁ ଲୋକମାନଙ୍କ ଭିତରେ ଆଣ୍ଟିବଡି ଡେଭଲପ ହେଉଛି। ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକମାନଙ୍କର ଆଣ୍ଟିବଡି ଅଧିକ ଡେଭଲପ ହୋଇଛି, କାରଣ ସେମାନଙ୍କୁ ପ୍ରଥମେ ଟିକା ଦିଆଯାଇଛି।

The post କଟକ ଓ ଭୁବନେଶ୍ୱରରେ ସଂକ୍ରମଣକୁ କମାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ କାମ କରୁଛି : ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3BD9CYH