ଭୁବନେଶ୍ବର: ଓଡ଼ିଶାର ୩ଟି ଜିଲ୍ଲାରେ କରାଯାଇଥିଲା ସେରୋ ସର୍ଭେ। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପରେ ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେରୁ ଗୋଷ୍ଠୀ ଆଂଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଂଟିବଡି ୮୫ ପ୍ରତିଶତ ରହିଥିବା ଜଣାପଡିଛି। ଗଂଜାମ ଜିଲ୍ଲାରେ ୭୦.୯ , ରାୟଗଡା ଜିଲ୍ଲାରେ ୬୩ ଏବଂ କୋରାପୁଟ ଜିଲ୍ଲାରେ ୬୩ ପ୍ରତିଶତ ସେରୋ ପଜିଟିଭିଟି ବା ଆଂଟିବଡି ଚିହ୍ନଟ ହୋଇଛି ।

ଏହି ସୂଚନା ଆଗାମୀ ଦିନରେ ରାଜ୍ୟରେ କରୋନା ତୃତୀୟ ଲହରକୁ ପ୍ରତିହତ କରିପାରିବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରିଛନ୍ତି । ଜୁନ୍ ୧୬ରୁ ଜୁନ୍ ୨୦ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିଲା ନମୁନା। ଏଥିରୁ ସର୍ବ ସାଧାରଣରୁ ୧ ହଜାର ୨୩୦ ନମୁନା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୩୧୧ ନମୁନା ସଂଗ୍ରହ ହୋଇଥିଲ।।

The post ସେରୋ ସର୍ଭେ ରିପୋର୍ଟ: ସାଧାରଣରେ ୬୫.୧୨ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫.୫୩ ପ୍ରତିଶତ ଆଂଟିବଡି first appeared on Sambad.

from କରୋନା | Sambad https://ift.tt/3x6mDWV