
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି କରୋନା ଉପର ମୁହାଁ ହୋଇଥବା ଦେଖିବାକୁ ମିଲିଛି। କୋମନା ବ୍ଳକ କୁରୁମପୁରୁ ପଞ୍ଚାୟତ ଠାରେ ଥିବା ହୋଲିହୋମର ଜରାନିବାସରେ ୧୬ ଜଣ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଜିଲ୍ଲାରେ ପୁଣି କରୋନା ଭୟ ଆରମ୍ଭ ହୋଇଯାଇଛି। ଏକ ମାସ ହେବ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଏକ ଅଙ୍କରେ ଥିବା ବେଳେ ଆଜି ଦୁଇ ଅଙ୍କ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ଠାରୁ ମିଲିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ ୯୪୪ ଜଣଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କୋମନା ବ୍ଳକରୁ ୧୬ ଜଣ ଓ ନୂଆପଡ଼ା ଡିଏଚଏଚରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା କୋଭିଡ ଡାକ୍ତରଖାନରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାରେ ଆଜି ୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
The post ନୂଆପଡ଼ାରେ ପୁଣି ବଢ଼ିଲା କରୋନା; ହୋଲିହୋମ୍ ଜରା ଆଶ୍ରମରେ ୧୬ ଜଣ ପଜିଟିଭ ଚହ୍ନଟ first appeared on Sambad.from କରୋନା | Sambad https://ift.tt/3zuJY6h
0 Comments