ନୂଆଦିଲ୍ଲୀ: ‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ର ‘କୋଭିସିଲ୍‌ଡ୍‌’ ଟିକାକୁ ସାତଟି ଇଉରୋପୀୟ ସଂଘ ରାଷ୍ଟ୍ର ଏବଂ ସୁଇଜର୍‌ଲାଣ୍ଡ୍‌ ଅନୁମୋଦନ କରିଛନ୍ତି।

ଅଷ୍ଟ୍ରିଆ, ଜର୍ମାନି, ସ୍ଲୋଭେନିଆ, ଗ୍ରିସ୍‌, ଆଇସ୍‌ଲାଣ୍ଡ୍‌, ଆୟର୍ଲାଣ୍ଡ୍‌ ଏବଂ ସ୍ପେନ୍‌ ‘କୋଭିସିଲ୍‌ଡ୍‌’ ଟିକାକୁ ଅନୁମୋଦନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ‘ଜିଓଆଇ’ଦ୍ବାରା ଅନୁମୋଦନପ୍ରାପ୍ତ ଟିକା ନେଇଥିବା ସମସ୍ତ ଭାରତୀୟ ନାଗରିକମାନଙ୍କୁ ଏସ୍ତୋନିଆ ଆସିବାକୁ ଅନୁମତି ମିଳିବ ବୋଲି ଏସ୍ତୋନିଆ ସୁନିଶ୍ଚିତ କରି କହିଛି।

Image Courtesy of India Today

‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ନିମନ୍ତେ ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’ ଗ୍ରହଣ କର, ନତୁବା ବାଧ୍ୟତାମୂଳକ ‘କ୍ବାରେଣ୍ଟିନ୍‌’ର ସମ୍ମୁଖୀନ ହେବ ବୋଲି ଭାରତ ଭାରତରେ ନିର୍ମିତ ଟିକାର ଗ୍ରହଣୀୟତା ଉପରେ କୁଣ୍ଠାବୋଧ କରୁଥିବା ‘ୟୁରୋପୀୟ ସଂଘ’କୁ ବୁଧବାର ଦିନ କହିଥିଲା। ଭାରତର ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ, ଯେସାକୁ ତେସା ନ୍ୟାୟରେ ଭାରତ କ୍ବାରେଣ୍ଟିନ୍‌ ଛାଡ଼ କ୍ଷେତ୍ରରେ କଠୋର ନିମୟ ଲାଗୁ କରିବ। ଅର୍ଥାତ୍ ଭାରତକୁ ଆସୁଥିବା ୟୁରୋପୀୟ ନାଗରିକମାନଙ୍କ ପ୍ରତି କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯିବ।

‘ଡିଜିଟାଲ୍‌ କୋଭିଡ୍‌ ସାର୍ଟିଫିକେଟ୍‌’ରେ ‘କୋଭିସିଲ୍‌ଡ୍‌’ ଏବଂ ‘କୋଭାକ୍ସିନ୍‌’କୁ ସୂଚୀତ କରାଯାଉ ବୋଲି ‘ୟୁରୋପୀୟ ସଂଘ’କୁ କୁହାଯାଇଥିଲା। ସୂଚନାଯୋଗ୍ୟ, ନୂଆ ‘ଗ୍ରିନ୍‌ ପାସ୍‌’ ଯୋଜନା ଅନୁସାରେ, ‘କୋଭିସିଲ୍‌ଡ୍‌’ ଟିକା ନେଇଥିବା ଲୋକମାନଙ୍କୁ ‘ୟୁରୋପୀୟ ସଂଘ’ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରବେଶ କରିବା ଲାଗି ଅନୁମତି ମିଳିବ ନାହିଁ।

‘ୟୁରୋପିଆନ୍‌ ମେଡିସିନ୍‌ସ୍‌ ଏଜେନ୍‌ସି’ଦ୍ବାରା ଗୃହୀତ ‘ଫାଇଜର୍‌’, ‘ମଡର୍ଣ୍ଣା’, ‘ଆଷ୍ଟ୍ରାଜେନିକା’ ଏବଂ ‘ଜାନ୍‌ସେନ୍‌’ ଆଦି ଟିକାକୁ ‘ୟୁରୋପୀୟ ସଂଘ’ ରାଷ୍ଟ୍ରମାନେ ଗ୍ରହଣ କରୁଛନ୍ତି। କିନ୍ତୁ, ‘ଆଷ୍ଟ୍ରାଜେନିକା’ର ଭାରତୀୟ ସଂସ୍କରଣ ‘କୋଭିସିଲ୍‌ଡ୍‌’କୁ ଏଯାବତ୍‌ ଅନୁମୋଦନ ମିଳି ନ ଥିଲା।

The post ‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପାଇଁ ‘କୋଭିସିଲ୍‌ଡ୍‌’କୁ ଅନୁମୋଦନ କଲେ ୭ ୟୁରୋପୀୟ ସଂଘ ଦେଶ ଏବଂ ସ୍ବିଜର୍‌ଲାଣ୍ଡ୍‌ first appeared on Sambad.

from କରୋନା | Sambad https://ift.tt/3jvmWaG