
ଭୁବନେଶ୍ବର: ରାଜ୍ୟରେ କୋଭିଡ କଟକଣା ଆଂଶିକ କୋହଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ବି କାଟାଗୋରୀରେ ରଖାଯାଇଥିବା ଜିଲ୍ଲାଗୁଡ଼ିକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ସେଠି କ୍ରମାଗତ ଭାବେ ଲକଡାଉନକୁ ବୃଦ୍ଧି କରାଯାଇଛି। ତଥାପି ଭଲ ଖବର ହେଉଛି ପୂର୍ବ ବି କାଟାଗୋରୀରେ ଥିବା ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଏ କାଟାଗୋରୀକୁ ଯାଇଛି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ କଟକଣା ମାନିଲେ ସଂକ୍ରମଣ କମିିବ । ଆଶା କରାଯାଉଛି ଜୁଲାଇ ମାସରେ ସଂକ୍ରମଣ କମିବ, ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତାହା ଆରମ୍ଭ କରାଯିବ ।
ସେପଟେ, ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଟିକାର ଅଭାବ ପରିଲକ୍ଷିତ ହୋଇଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ। ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। କୋଭିସିଲ୍ଡ ଟିକା ୧୯ ହଜାର ରହିଛି କୋଭାକ୍ସିନ ଟିକା ୩ଲକ୍ଷ ଉପରେ ରହିଛି। ତେଣୁ ଆଜି ୧୧୪ ଟି ସ୍ଥାନରେ ଟିକା ଦିଆଯାଉଛି । ଏହା ଭିତରୁ ୭୨ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି। ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି, କିନ୍ତୁ ଟିକା ମିଳିବା ଉପରେ ନିର୍ଭର କରୁଥିବା କହିଛନ୍ତି ବିଜୟ ପାଣିଗ୍ରାହୀ।
The post ରାଜ୍ୟରେ ଖୁବ୍ ଶୀଘ୍ର ଗର୍ଭବତୀମାନଙ୍କର ଟିକାକରଣ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3jAlHai
0 Comments