ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା କାଶ ହେବା ସହ ମୁଁହ ଫୁଲି ଯାଇଥିଲା।

ସେ ପ୍ରଥମେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିବା ବେଳେ ଆରଟିପିସିଆରରେ ପଜିଟିଭ ଆସିଥିଲା। ଅକ୍ସିଜେନ ଲେବେଲ କମି କମି ଯିବାରୁ ଚିକିତ୍ସା ପାଇଁ  ଏମ୍ସରେ ଭର୍ତ୍ତି ହୋଇଛନ୍ତି। କରେନ୍ଦ୍ର ମାଝି ୨୦୦୪-୨୦୦୯ ଓ ୨୦୦୯-୨୦୧୪ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟିତ୍ଵ ରେ ରହିଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ କାମନା କରିଛନ୍ତି।

The post ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କରୋନା ପଜିଟିଭ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3we9vyx