ମସ୍କୋ : ଦ୍ବିତୀୟ ବିଶ୍ବଯୁଦ୍ଧ ଲଢ଼ିଥିବା ରୁଷ୍‌ର ଜଣେ ବରିଷ୍ଠ ସୈନିକ ନିକୋଲାଇ ବାଗୟେଭ ୧୦୨ ବର୍ଷରେ କରୋନାକୁ ହରାଇଛନ୍ତି। ନିକୋଲାଇ କହିଛନ୍ତି, ମୃତ୍ୟୁକୁ ସେ ୨ ଥର ଫାଙ୍କି ଦେଇଛନ୍ତି। କିନ୍ତୁ ଚଳିତ ଥରର ଶତ୍ରୁ ଜର୍ମାନୀ ସୈନ୍ୟଦଳ ନୁହନ୍ତି, ବରଂ କରୋନା। ବାଗୟେଭ କରୋନା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କ ଫୁସଫୁସ୍‌ ୮୦ ପ୍ରତିଶତ ନଷ୍ଟ ହୋଇଥିଲା। ହସ୍ପିଟାଲ୍‌ରେ ପ୍ରାୟ ଗୋଟିଏ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସା ହେବାପରେ ସେ ସୁସ୍ଥ ହୋଇଛନ୍ତି।

The post ୧୦୨ ବର୍ଷରେ କରୋନାକୁ ହରାଇଲେ ଦ୍ବିତୀୟ ବିଶ୍ବଯୁଦ୍ଧ ସୈନିକ first appeared on Sambad.

from କରୋନା | Sambad https://ift.tt/3kQC9Ee