
ନୂଆଦିଲ୍ଲୀ : କରୋନା ନିୟମାବଳି ପାଳନ ନକଲେ ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିଯାଇପାରେ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କିଛି ଦିନ ତଳେ ସତର୍କ କରାଇଥିଲେ। ତେବେ ଗୁଲେରିଆ ଆଜି ପୁଣିଥରେ କହିଛନ୍ତି, ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ ତୃତୀୟ ଲହର ଆସିପାରେ। ବିଭିନ୍ନ ରାଜ୍ୟ କଟକଣା କୋହଳ କଲେଣି ଏବଂ ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ ଆରମ୍ଭ କଲେଣି। ତେଣୁ ଆଗକୁ ସଂକ୍ରମଣ ବଢ଼ିପାରେ। ତେବେ ପର୍ଯ୍ୟାୟକ୍ରମେ ସ୍କୁଲ୍ ଖୋଲିବାପାଇଁ ଗୁଲେରିଆ ପରାମର୍ଶ ଦେଇଛନ୍ତି। ତୃତୀୟ ଲହରରେ ଶିଶୁମାନେ କିଭଳି ପ୍ରଭାବିତ ହେବେ ସେନେଇ ଏକ ପ୍ରଶ୍ନର ଉତ୍ତର ରଖି ଗୁଲେରିଆ କହିଛନ୍ତି, ଏବେ ବି ଏନେଇ ଦ୍ବନ୍ଦ୍ବ ରହିଛି। ଶିଶୁମାନେ ଏଯାବତ୍ ଟିକା ନେଇନାହାନ୍ତି। ତେଣୁ ସଂକ୍ରମଣ ବଢ଼ିଲେ ବୟସ୍କଙ୍କ ତୁଳନାରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି।
The post ସେପ୍ଟେମ୍ବର-ଅକ୍ଟୋବରରେ ତୃତୀୟ ଲହର, ପର୍ଯ୍ୟାୟକ୍ରମେ ସ୍କୁଲ୍ ଖୋଲିବାକୁ ଗୁଲେରିଆଙ୍କ ପରାମର୍ଶ first appeared on Sambad.ନୂଆ ସଂକ୍ରାମକ ପ୍ରଜାତି ନଆସିଲେ ତୃତୀୟ ଲହର ସାଂଘାତିକ ହେବନି: ଆଇସିଏମ୍ଆର
ନୂଆଦିଲ୍ଲୀ : କୋଭିଡ୍ ତୃତୀୟ ଲହର ମୁକାବିଲା ନେଇ ଜୋର୍ସୋରରେ ପ୍ରସ୍ତୁତି ଚାଲିଛି। ତେବେ ଏ ନେଇ ଚାଲିଥିବା ଆକଳନ ଗାଣିତିକ ମଡେଲରୁ ବାହାରେ ବୋଲି ଆଇସିଏମ୍ଆର ଆଜି ଡିଡିଏମ୍ଏ (ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ)କୁ କହିଛନ୍ତି। ଡିଡିଏମ୍ଏରେ ଏକ ଉପସ୍ଥାପନା ରଖି ଆଇସିଏମ୍ଆର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି, ଯଦି ଆଗକୁ କୌଣସି ନୂଆ ପ୍ରଜାତି ନଆସେ ତେବେ ଦ୍ବିତୀୟ ଲହର ପରି ତୃତୀୟ ଲହର ଏତେ ସାଂଘାତିକ ହେବନାହିଁ। ସେ କହିଛନ୍ତି, ଏଥିପାଇଁ କୋଭିଡ୍ ନିୟମାବଳିର ପାଳନ କରିବାକୁ ମଧ୍ୟ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ଦ୍ବିତୀୟ ଲହରରେ ଦିଲ୍ଲୀ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା। ଦ୍ବିତୀୟ ଲହରରେ ଦିଲ୍ଲୀର ଟେଷ୍ଟ୍ ପଜିଟିଭ୍ ହାର ୩୬ ପ୍ରତିଶତ ଥିଲା ଏବଂ ଉତ୍କଟ ଅକ୍ସିଜେନ୍ ସଙ୍କଟ ଦେଖାଦେଇଥିଲା।
from କରୋନା | Sambad https://ift.tt/3BBk5DF
0 Comments