ଭୁବନେଶ୍ୱର:ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨ ହଜାର ୧୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୧୭୭ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୮, ଯାଜପୁରରୁ ୧୫୦, ଜଗତସିଂହପୁରରୁ ୯୬, କେନ୍ଦ୍ରାପଡ଼ାରୁ ୯୫, ମୟୂରଭଂଜ ଏବଂ ପୁରୀରୁ ୮୯ ଜଣ ଲେଖାଏଁ, ଅନୁଗୁଳରୁ ୭୧, ଭଦ୍ରକରୁ ୬୪ ଏବଂ ନୟାଗଡ଼ରୁ ୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୬୧, ଢେଙ୍କାନାଳରୁ ୫୫, ସମ୍ବଲପୁରରୁ ୪୧, କୋରାପୁଟରୁ ୩୨, ରାୟଗଡ଼ାରୁ ୩୦, କେନ୍ଦୁଝରରୁ ୨୭, ନବରଂଗପୁରରୁ ୧୯, ମାଲକାନଗିରିରୁ ୧୬, ବରଗଡ଼, ଗଜପତିରୁ ୧୫ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡିରୁ ୧୨ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୦, ସୁବର୍ଣ୍ଣପୁରରୁ ୯, କନ୍ଧମାଳରୁ ୮, ଗଂଜାମରୁ ୭, ନୂଆପଡ଼ାରୁ ୪, ବଲାଙ୍ଗୀରରୁ ୩ ଓ ରାଜ୍ୟପୁଲରୁ ୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୧୦୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୨ first appeared on Sambad.

from କରୋନା | Sambad https://ift.tt/3BB4MLo