
ଭୁବନେଶ୍ବର : ରବିବାର ରାଜ୍ୟରେ ୧୮୮୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୦୮ଜଣ ସୁସ୍ଥ ହୋଇଛନ୍ତି। ମୋଟ୍ ୭୧,୦୩୯ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ତୁଳନାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଥିବାରୁ ରାଜ୍ୟର ଟେଷ୍ଟ ପଜିଟିଭିଟି ରେଟ୍ ୨.୫୮% ରହିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ଜଣ, କଟକରୁ ୨୪୩ ଜଣ, ବାଲେଶ୍ବରରୁ ୧୨୯ ଜଣ, ଯାଜପୁରରୁ ୧୧୦ଜଣ, ପୁରୀରୁ ୧୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବୌଦ୍ଧରୁ ଆଜି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅପର ପକ୍ଷେ ଆଜି ୬୭ ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୫୫୧୨ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। କେନ୍ଦୁଝରରେ ୧୦ ଜଣ ଓ ଅନୁଗୁଳରେ ବି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
The post ରାଜ୍ୟରେ ୧୮୩୩ ଆକ୍ରାନ୍ତ, ୨୧୦୮ ସୁସ୍ଥ first appeared on Sambad.from କରୋନା | Sambad https://ift.tt/3701MtT
0 Comments