ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଉପରମୁହାଁ ପୁଣି କରୋନା। କୋମନା ବ୍ଳକ କୁରୁମପୁରି ପଞ୍ଚାୟତ ବୁର୍କାଢୋଡା ସ୍ଥିତ ହୋଲିହୋମ ଜରାଶ୍ରମରେ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଲଗାତାର ମାସେ ହେବ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ଏକ ଅଙ୍କରେ ରହିଥିବାବେଳେ ଆଜି ଦୁଇ ଅଙ୍କରେ ପହଞ୍ଚିଛି।

ଗତକାଲି ଜିଲ୍ଲାରେ ୯୪୪ ଜଣଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତା ମଧ୍ୟରୁ କୋମନା ବ୍ଳକରୁ ୧୬ ଜଣ ଓ ନୂଆପଡ଼ା ଡିଏଚଏଚରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଆଜି ଏକ ଡାକ୍ତରି ଦଳ ଜରାଶ୍ରମକୁ ଯାଇ ଅଧିକ ତଦନ୍ତ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି। ଏଥିପାଇଁ ଆସନ୍ତା ୩୧ ଜୁଲାଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୁମପୁରୀ,ସିନାପାଲି ଓ ଘାଟିପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି କୁରୁମପୁରୀ ସରପଞ୍ଚ । ଏହାସହ ଗୁରୁବାର ହେବାକୁ ଥିବା ଛେଳି ବଜାର ଓ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରାଯାଇଛି ।

The post ନୂଆପଡ଼ା ଜିଲ୍ଲାର କୁରୁମପୁରୀ, ସିନାପାଲି ଓ ଘାଟିପଡ଼ା କଣ୍ଟେନମେଣ୍ଟ ଜୋନ୍ ଘୋଷିତ first appeared on Sambad.

from କରୋନା | Sambad https://ift.tt/3eUo0BR