ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର କମୁଥିବା ବିଷୟ ଦିଲ୍ଲୀରୁ ସୂଚନା ମିଳିଛି। ଦ୍ବିତୀୟ ଲହରରେ ଦ୍ବିତୀୟ ଥର ପାଇଁ ଦିଲ୍ଲୀରେ କାହାରି ହେଲେ ଜଣଙ୍କର ବି ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ଯାଇନାହିଁ। ତେବେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୁଲାଇ ୧୮ରେ ଦିଲ୍ଲୀରେ କେହି ଜଣେ ହେଲେ ମଧ୍ୟ କରୋନାରେ ପ୍ରାଣ ହରାଇ ନଥିଲେ। କିନ୍ତୁ ସେହିଦିନ ୫୧ ଜଣ କରୋନା ରୋଗୀ ଦିଲ୍ଲୀରେ ଚିହ୍ନଟ ହୋଇଥିଲେ। ତାହା ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ଦିଲ୍ଲୀରେ କରୋନାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନଥିଲା। କିନ୍ତୁ ଏପ୍ରିଲ ଏବଂ ମେ ମାସରେ ଦିଲ୍ଲୀରେ କରୋନା ଅଣାୟତ୍ତ ହୋଇଯାଇଥିଲା।

The post ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ କରୋନା ମୃତ୍ୟୁ ଶୂନ first appeared on Sambad.

from କରୋନା | Sambad https://ift.tt/3rxjBtG