
ଭୁବନେଶ୍ୱର : ଭୁବନେଶ୍ବରରେ ଉପରମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନିୟମିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା କମୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଗତ ୨୫ ତାରିଖରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ତଳକୁ ଯାଉନି। ଆଜି ଏହି ସଂଖ୍ୟା ୨୧୫୮ ରହିଛି। ଗତ ୨୫ ତାରିଖରେ ଏହି ସଂଖ୍ୟା ୧୯୮୯୮ ଥିବା ବେଳେ ୨୬ରେ ୨୦୧୫, ୨୭ରେ ୨୦୬୫, ୨୮ରେ ୨୦୬୨ ରହିଥିଲା। ଏଭଳି ସକ୍ରିୟଙ୍କ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ କଟକଣା କୋହଳ ନେଇ ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ୨୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ ରହିଥିବା ବେଳେ ୨୭ରେ ୨୩୩ ଓ ଗତକାଲି ୧୮୨ ରହିଥିଲା। ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ୩୫୩ରେ ପହଞ୍ଚିଛି। ସେହିଭଳି ଗତକାଲି ୧୭୫ ସୁସ୍ଥ ହୋଇଥିବା ବେଳେ ଆଜି ୨୫୩ ଜଣ ସୁସ୍ଥ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ମୃତ୍ୟୁ ସଂଖ୍ୟା କମୁଛି। ୨୫ ତାରିଖରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ରେ ୧୦ ଜଣ, ୨୭ରେ ୩ ଜଣ, ୨୮ରେ ୧୦ ଜଣ ଓ ଆଜି ୪ ଜଣଙ୍କର ମୃତ୍ୟୁ ହୋଇଛି।
ଆଜି ଚିହ୍ନଟ ହୋଇଥିବା ୩୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରି ଅଞ୍ଚଳରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ପଟିଆ ଅଞ୍ଚଳରୁ ୧୯ ଜଣ, ପୁରୁଣା ଭୁବନେଶ୍ବରରୁ ଓ ନୂଆପଲ୍ଲୀ ଅଞ୍ଚଳରୁ ୧୬ ଜଣ ଲେଖାଏଁ, ଚନ୍ଦ୍ରଶେଖରପୁରରୁ ୧୩ ଜଣ, ଶୈଳଶ୍ରୀ ବିହାର ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ଭୁବନେଶ୍ବରରେ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ଡେଇଁଲା first appeared on Sambad.from କରୋନା | Sambad https://ift.tt/2WAeo9f
0 Comments