
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ୩୦ ଅନ୍ତେବାସୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସମସ୍ତ ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯିବା ସହ ପୂରା ଜେଲ୍କୁ ସାନିଟାଇଜ୍ କରା ଯାଇଥିବା କାରାଗାର ଅଧିକାରୀ ସୂଚନା ଦେଇଛନ୍ତି। ଏହି କାରାଗାରରେ ମୋଟ ୨୧୩ ଅନ୍ତେବାସୀ ରହୁଥିବା ବେଳେ ଗତ ଦୁଇଦିନ ତଳେ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ କରୋନା ପରୀକ୍ଷା ପରେ ସେମାନଙ୍କ ପଜିଟିଭ୍ ଥିବା ଜଣା ପଡ଼ିଥିଲା। ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ପରୀକ୍ଷା କରିବା ପରେ ଆଉ ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜେଲ୍ର ଅନ୍ୟ ସମସ୍ତ ଅନ୍ତେବାସୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବ ବୋଲି କୁହାଯାଇଛି। ତେବେ କଏଦୀଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରା ନଗଲେ କୋର୍ଟ ବର୍ଜନ କରିବେ ବୋଲି ଓକିଲ ସଂଘ ସମ୍ପାଦକ ଜ୍ୟୋତି ରଂଜନ ଦାସ କହିଛନ୍ତି।
The post ବାଲିଗୁଡା ଉପଖଣ୍ଡ ଜେଲ୍ରେ ୩୦ ଅନ୍ତେବାସୀ ପଜିଟିଭ୍ first appeared on Sambad.from କରୋନା | Sambad https://ift.tt/379W8FO
0 Comments