ଭୁବନେଶ୍ବର : ରାଜଧାନୀରେ ସୋମବାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ତଳକୁ ଖସିଛି। ଜୁଲାଇ ୪ ଓ ୫ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ତଳେ ଥିବାବେଳେ ସୋମବାର ୨୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ୨୮୩ଜଣ ସୁସ୍ଥ ହୋଇଥିବାବେଳେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀରେ ଏହା ସର୍ବାଧିକ ଦୈନିକ ମୃତ୍ୟୁ।

ସୋମବାରର ଚନ୍ଦ୍ରଶେଖରପୁରରୁ ୯ଜଣ, ଡୁମଡୁମାରୁ ୭, ହଂସପାଳରୁ ୧୦, ଆଇଆର୍‌ସି ଭିଲେଜରୁ ୯, କଳିଙ୍ଗନଗରରୁ ୧୪, ଖଣ୍ଡଗିରିରୁ ୧୪, ନୂଆପଲ୍ଲୀରୁ ୧୨, ପୁରୁଣା ଭୁବନେଶ୍ବରରୁ ୧୯, ପଟିଆରୁ ୧୭, ୟୁନିଟ-୯ରୁ ୧୦, ରସୁଲଗଡ଼ରୁ ୮, ସାମନ୍ତରାପୁରରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ୭ଦିନ ପରେ ୩୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୭୧ ଆକ୍ରାନ୍ତ, ୨୮୩ସୁସ୍ଥ, ୯ମୃତ first appeared on Sambad.

from କରୋନା | Sambad https://ift.tt/3AV5y5B