ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଦୀର୍ଘଦିନ ହେଲା ପିଲାଙ୍କ ପାଠପଢ଼ା ବନ୍ଦ ରହିଛି। ସଂକ୍ରମଣ ଭୟରେ ପିଲାଙ୍କ ପରୀକ୍ଷା ମଧ୍ୟ ବନ୍ଦ ହୋଇଯାଇଛି। ବିଦ୍ୟାଳୟ ଖୋଲିବାର ପନ୍ଥା କ’ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ତେବେ ଯୁବବର୍ଗ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଟିକାଦାନ ଦ୍ବାରା ହିଁ ବିଦ୍ୟାଳୟ ଖୋଲିବାର ଚାବିକାଠି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସ୍କଟଲାଣ୍ଡର ଗବେଷକମାନେ କରିଥିବା ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ଯେ ପରିବାରରେ ସାବାଳକମାନେ କରୋନାରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ସେହିଭଳି ପୂର୍ବରୁ ହୋଇଥିବା ଗବେଷଣାରୁ ଏହା ଜଣାଯାଇଛି ଯେ, ଛୋଟ ପିଲା ଏବଂ କିଶୋରଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ପ୍ରକୋପ ସେତେଟା ଅଧିକ ନୁହେଁ। ଏହି ବର୍ଗର ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ସଂକ୍ରମଣ ସ୍ବଳ୍ପ ରହିଛି କିମ୍ବା ସେମାନେ ଲକ୍ଷଣହୀନ ରହିଛନ୍ତି। ତେଣୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେଲେ ‌ତାହାର ସୁଫଳ ମିଳିପାରେ। କିନ୍ତୁ ଅଧିକ ବୟସର ବ୍ୟକ୍ତିଙ୍କ ଠାରେ କରୋନାର ରୋଗର ପ୍ରକୋପ ଅଧିକ ରହୁଥିବାରୁ ବୟସ୍କମାନଙ୍କୁ ଟିକାଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ନୂଆ ଅନୁଧ୍ୟାନରେ କୁହାଯାଇଛି।
୧୨ରୁ ୧୫ ବର୍ଷ ବୟସ ବର୍ଗର ପିଲାଙ୍କ ଠାରେ କରୋନା ଟିକାର ନୈଦାନିକ ପରୀକ୍ଷଣ ବେଳେ ଜଣାଯାଇଛି ଯେ ୮୬ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ଇଞ୍ଜେକସନ ନେଇଥିବା ସ୍ଥାନ ଦରଜ ହୋଇଥିଲା। ସେହିଭଳି ୬୬ ପ୍ରତିଶତ ପିଲା କ୍ଳାନ୍ତ ଅନୁଭବ କରିଥିଲେ ଏବଂ ୬୫ ପ୍ରତିଶତ ପିଲାଙ୍କର ମୁଣ୍ଡ ବିନ୍ଧା ହୋଇଥିଲା। ଏସବୁର ପ୍ରଭାବ ସାମାନ୍ୟରୁ ମଧ୍ୟମ ଧରଣର ଏବଂ କ୍ଷଣସ୍ଥାୟୀ ଥିଲା। କିନ୍ତୁ କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲରେ ମେସେଞ୍ଜର ଆରଏନଏ ଟିକା (ଫାଇଜର ଏବଂ ମଡର୍ଣ୍ଣା)ର ନୈଦାନିକ ପରୀକ୍ଷଣ ବେଳେ ଦୁଇଟି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା। ସେଗୁଡ଼ିକ ହୃତପିଣ୍ଡ ସଂକ୍ରାନ୍ତୀୟ। ସେଥିରୁ ଗୋଟିଏ ହେଲା ହୃତପିଣ୍ଡ ମାଂସପେଶୀରେ ଯନ୍ତ୍ରଣା।
କରୋନା ମହାମାରୀ ଦ୍ବାରା ବିଦ୍ୟାଳୟରେ ପିଲାଙ୍କ ପାଠ ପଢ଼ା କେବଳ ହୋଇନାହିଁ। ସାଙ୍ଗସାଥୀଙ୍କ ସହିତ ମିଶି ନପାରିବା ଓ ସ୍କୁଲ ନଯିବା କାରଣରୁ ପିଲାମାନଙ୍କର ସାମାଜିକ ଏବଂ ମାନସିକ ବିକାଶ ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି ବୋଲି ଅନୁଧ୍ୟାନରେ କୁହାଯାଇଛି। ତେଣୁ ପିଲାମାନେ ଯେଭଳି ବିଦ୍ୟାଳୟକୁ ପୁଣି ଫେରିବେ ସେଥିପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଲାଗି କିଶୋରମାନଙ୍କୁ ଆମେରିକା ଏବଂ କାନାଡ଼ାରେ ଟିକାଦାନ କରାଯାଉଛି।

The post ଯୁବବର୍ଗଙ୍କୁ ଟିକା ହିଁ ବିଦ୍ୟାଳୟ ସଂକ୍ରମଣ ରୋକିବା: ଅନୁଧ୍ୟାନ first appeared on Sambad.

from କରୋନା | Sambad https://ift.tt/3hgUNCJ