
ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ହାରରେ ବେଶ୍ ସୁଧାର ଆସିଛି। ହେଲେ ମୃତ୍ୟୁହାର ଥମୁନି। ଆଜି ପୁଣି କରୋନାରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ବୃଦ୍ଧା, ୪୪ ବର୍ଷୀୟ ଜଣେ ମହିଳା ଓ ୩୮ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ଦ୍ବିତୀୟ ଲହର୍ ମୃତ୍ୟୁ ସଂଖ୍ୟା ୧୦୦ ହୋଇଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୩୪୮ରେ ପହଞ୍ଚିଛି। ସେହିପରି ଆଜି ୧୧ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୯ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାରରୁ ଅଧିକ ସ୍ବାବ୍ ସଂଗ୍ରହ ହୋଇଛି। ଜିଲ୍ଲାରେ ସମୁଦାୟ ୧୦ ଲକ୍ଷ ୭ ହଜାର ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି। ୩୩ ହଜାର ୧୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୬୨୯ ଜଣ ସୁସ୍ଥ ହୋଇଛନ୍ତି।
The post ଗଞ୍ଜାମରେ କରୋନା ଦ୍ବିତୀୟ ଲହର ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଲା first appeared on Sambad.from କରୋନା | Sambad https://ift.tt/3hxnvhQ
0 Comments