
ନୂଆଦିଲ୍ଲୀ : ଦେଶରେ ଦ୍ବିତୀୟ ଲହର ଦୁର୍ବଳ ହୋଇଛି। ସଂକ୍ରମଣ ଧୀରେଧୀରେ କମୁଥିଲେ ମଧ୍ୟ ତୃତୀୟ ଲହର ପାଇଁ ଏବେଠାରୁ ଚିନ୍ତା ପ୍ରକଟ ହୋଇଛି। ଡେଲ୍ଟା ପ୍ଲସ୍ ଯୋଗୁଁ ତୃତୀୟ ଲହର ଖୁବ୍ ଶୀଘ୍ର ଆସିଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ଏସ୍ବିଆଇ ଗବେଷଣା ରିପୋର୍ଟ କହୁଛି ଆସନ୍ତା ମାସ ତଥା ଅଗଷ୍ଟରେ ତୃତୀୟ ଲହର ଆସିପାରେ ଏବଂ ସେପ୍ଟେମ୍ବରରେ ଏହା ଶୀର୍ଷ ଛୁଇଁପାରେ। ଏସ୍ବିଆଇ ଗବେଷଣା ରିପୋର୍ଟ ମଧ୍ୟ ଦ୍ବିତୀୟ ଲହର ପୂର୍ବରୂ କରିଥିବା ଆକଳନ ଠିକ୍ ହୋଇଥିଲା। ମେ’ ୭ ସୁଦ୍ଧା ଦ୍ବିତୀୟ ଲହର ଶୀର୍ଷ ଛୁଇଁବ ବୋଲି ଏସ୍ବିଆଇ ରିପୋର୍ଟରେ କୁହାଯାଇଥିଲା। ତେବେ ଦେଶରେ ଦ୍ବିତୀୟ ଲହର ଏପ୍ରିଲ୍ରେ ଆସିଲା ଏବଂ ମେ’ରେ ଏହା ଶୀର୍ଷ ଛୁଇଁଲା। ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଏବଂ ଅନ୍ୟ ରାଜ୍ୟରୁ ହଜାର ହଜାର ପରିବାର ଏଥିଯୋଗୁଁ ପ୍ରଭାବିତ ହୋଇଥିଲେ। ରିପୋର୍ଟ କହୁଛି, ବର୍ତ୍ତମାନର ତଥ୍ୟ ଆକଳନ ଅନୁଯାୟୀ ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ଦେଶରେ ପ୍ରାୟ ୧୦ ହଜାର ମାମଲା ଥିବ। କିନ୍ତୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ପରେ ସଂକ୍ରମଣ ବଢ଼ିବ ଏବଂ ସେପ୍ଟେମ୍ବର ବେଳକୁ ଏହା ଶୀର୍ଷ ଛୁଇଁବ।
The post ଏସ୍ବିଆଇ ଗବେଷଣା ରିପୋର୍ଟ: ଅଗଷ୍ଟରେ ଆସିପାରେ ତୃତୀୟ ଲହର, ସେପ୍ଟେମ୍ବରରେ ଶୀର୍ଷ ଛୁଇଁବ first appeared on Sambad.from କରୋନା | Sambad https://ift.tt/3wjombc
0 Comments