
ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ଫଙ୍ଗସ୍ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇ ମାସ ଭିତରେ ରାଜ୍ୟରେ ବ୍ଲାକ୍ଫଙ୍ଗସ୍ ଯୋଗୁଁ ୨୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୫ଜଣ ମହିଳା ରହିଛନ୍ତି। ମୃତକଙ୍କ ହାରାହାରି ବୟସ ୫୦ ବର୍ଷରୁ ଅଧିକ ରହିଛି। ରାଜ୍ୟର ୧୨ଟି ଜିଲ୍ଲାରୁ ମୃତକ ରହିଛନ୍ତି। ମେ’ ଦ୍ବିତୀୟ ସପ୍ତାହରେ ରାଜ୍ୟରେ ପ୍ରଥମ ବ୍ଲାକ୍ଫଙ୍ଗସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପରେ ଏହି ସଂଖ୍ୟା ବଢ଼ି ବଢ଼ି ୧୩୦ଟି ମାମଲା ସାମ୍ନାକୁ ଆସିଲାଣି। ଖୋର୍ଧା ଜିଲ୍ଲାରେ ଏହାର ସର୍ବାଧିକ ରିପୋର୍ଟିଂ ହୋଇଛି। ତହିଁରୁ ୧୬ଜଣ ସୁସ୍ଥ ହୋଇସାରିଲେଣି। ସୁସ୍ଥଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ରହିଛନ୍ତି। ଏବେ ୯୪ଜଣଙ୍କ ଚିକିତ୍ସା ଜାରି ରହିଛି।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ବ୍ଲାକ୍ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କହିବା କଥା, ରାଜ୍ୟରେ ବ୍ଲାକ୍ଫଙ୍ଗସ୍ର ଭୟଙ୍କର ସ୍ଥିତି ନାହିଁ। ଗୋଟିଏ ଦୁଇଟି ସଂଖ୍ୟା ବଢ଼ୁଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକତ୍ସା ପାଇଁ ଆବଶ୍ୟକ ଆମ୍ଫୋଟେରିସିନ-ବି’ ଇଞ୍ଜେକ୍ସନର ରାଜ୍ୟରେ ଅଭାବ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ଇଞ୍ଜେକ୍ସନର କେତେ ଭାଏଲ ଆସିଛି, ସେ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଫଳରେ ହସ୍ପିଟାଲରେ ଡାକ୍ତରମାନେ ବିକଳ୍ପ ଚିକିତ୍ସା ପାଇଁ ବାଧ୍ୟ ହେଉଛନ୍ତି।
The post ୨୦ ଜଣକ ଜୀବନ ନେଲାଣି ବ୍ଲାକ୍ଫଙ୍ଗସ୍ first appeared on Sambad.from କରୋନା | Sambad https://ift.tt/3jNhZKC
0 Comments