
ହାଇଦ୍ରାବାଦ୍ : ବ୍ରାଜିଲ୍ ଏବଂ ଭାରତ ବାୟୋଟେକ୍ ମଧ୍ୟରେ ୩୨୪ ନିୟୁତ ଡଲାର୍ର ଚୁକ୍ତିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେଧୀରେ ଘନଉଛି। ଏହି ଚୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେବାପରେ ବ୍ରାଜିଲ୍ ସରକାର ନିକଟରେ ଚୁକ୍ତି ବାତିଲ କରିଦେଇଥିଲେ। ଅନ୍ୟପକ୍ଷେ ଭାରତ ବାୟୋଟେକ୍ କହିଥିଲା ଟିକାପାଇଁ କୌଣସି ଆଗୁଆ ଅର୍ଥରାଶି ଗ୍ରହଣ ହୋଇନାହିଁ।
ଜୁନ୍ ୪ ତାରିଖରେ ବ୍ରାଜିଲ୍ କୋଭାକ୍ସିନ୍କୁ ଇୟୁଏ (ଏମର୍ଜେନ୍ସି ବ୍ୟବହାର ପାଇଁ ସ୍ବିକୃତୀ) ଦେଇଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବ୍ରାଜିଲ୍ ଭାରତ ବାୟୋଟେକ୍ର ଏହି ଦାବି ଖଣ୍ଡନ କରିଛି। ବ୍ରାଜିଲ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୋଭାକ୍ସିନ୍କୁ ଇୟୁଏ ଦେଇନଥିବା କହିଛନ୍ତି। ବ୍ରାଜିଲ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଜୁନ୍ ୪ ତାରିଖରେ କେବଳ ୪୦ ଲକ୍ଷ ଡୋଜ୍ ଆମଦାନୀ ପାଇଁ ନୋଟିସ୍ ହୋଇଥିଲା। କିନ୍ତୁ କୋଭାକ୍ସିନ୍କୁ ଇୟୁଏ ପ୍ରଦାନ କରାଯାଇନଥିବା କୁହାଯାଇଛି। ଅନ୍ୟପକ୍ଷେ ଭାରତ ବାୟୋଟେକ୍ ଏନେଇ କିଛି ବିବୃତି ରଖିନି।
The post ବ୍ରାଜିଲ୍ ଏବଂ ଭାରତ ବାୟୋଟେକ୍ ମଧ୍ୟରେ କୋଭାକ୍ସିନ୍ ଚୁକ୍ତିକୁ ନେଇ ବିବାଦ ଘନଉଛି, ଭାରତ ବାୟୋଟେକ୍ର ଦାବି ପ୍ରତ୍ୟାଖ୍ୟାନ କଲା ବ୍ରାଜିଲ୍ first appeared on Sambad.from କରୋନା | Sambad https://ift.tt/3AzVuyW
0 Comments