ନୂଆଦିଲ୍ଲୀ: ଜୁଲାଇ ମାସ ହେଲା କିନ୍ତୁ, ଭାରତକୁ ଟିକା ଆସିଲା ନାହିଁ କହି କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଆଜି ପାଲଟା ଜବାବ ଦେଇ କହିଛନ୍ତି କଂଗ୍ରେସ ନେତୃତ୍ବର ମରାମତି ଆବଶ୍ୟକ।

ହିନ୍ଦୀରେ ଟୁଇଟ୍‌ କରି ରାହୁଲ୍‌ ଗାନ୍ଧୀ ଲେଖିଥିଲେ, ‘ଜୁଲାଇ ହେଲାଣି, ଟିକା ଆସିଲା ନାହିଁ। ‘ହ୍ବେୟାର୍‌ ଆର୍‌ ଭ୍ୟାକ୍ସିନ୍‌ସ୍’ ବା ଟିକା କାହିଁ ବୋଲି ସେ ହାସ୍‌ଟ୍ୟାଗ୍‌ ମଧ୍ୟ ସଂଯୋଗ କରିଥିଲେ।

Image Courtesy of NDTV

ରାହୁଲ୍‌ ଗାନ୍ଧୀଙ୍କ ଟୁଇଟ୍‌ ପରେ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ପାଲଟା ସମାଲୋଚନା କରି ଲେଖିଥିଲେ ଯେ, କଂଗ୍ରେସ ନେତୃତ୍ବର ମରାମତି ଆବଶ୍ୟକ କରୁଛି। ଗତକାଲି ହିଁ ମୁଁ ଜୁଲାଇ ମାସରେ ମିଳିବାକୁ ଥିବା ଟିକା ବିଷୟରେ ତଥ୍ୟ ଦେଇଥିଲି। ରାହୁଲ୍‌ ଗାନ୍ଧୀଙ୍କର ସମସ୍ୟା କ’ଣ? ସେ କ’ଣ ପଢ଼ି ପାରୁ ନାହାନ୍ତି? ସେ କ’ଣ ବୁଝି ପାରୁ ନାହାନ୍ତି? ଅହମିକା ଏବଂ ଅଜ୍ଞତା ଭୂତାଣୁ ପାଇଁ ଟିକା ନାହିଁ! କଂଗ୍ରେସ ନେତୃତ୍ବ ମରାମତି ପାଇଁ କଥା ଚିନ୍ତା କରିବା ଉଚିତ!

ପଞ୍ଜାବ ଏବଂ ରାଜସ୍ଥାନ ଭଳି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ସମାଲୋଚନା କରିବା ସହ ଖବରକାଗଜ ଆଲେଖ୍ୟ ସେୟାର୍‌ କରି ହର୍ଷ ବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ପଞ୍ଜାବ, ଏବେ ରାଜସ୍ଥାନ। କଂଗ୍ରେସ ଶାସିତ ରାଜ୍ୟମାନେ ମହାମାରୀରୁ ଭଲ ଫାଇଦା ନେଉଛନ୍ତି। ରାଜସ୍ଥାନ ସରକାରଙ୍କ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ କିଣାରେ ଦୁର୍ନୀତି ହୋଇଛି। ରାହୁଲ୍ ଗାନ୍ଧୀଜୀ ରିପୋର୍ଟ କରିବା ବୋକାମି ଛାଡ଼ି ଉକ୍ତ କଳା ଏବଂ ସନ୍ଦେହଜନକ ବ୍ୟାପାର ଉପରେ ଧ୍ୟାନ ନିବେଶ କରନ୍ତୁ।

The post ରାହୁଲ୍‌ ଗାନ୍ଧୀଙ୍କର ସମସ୍ୟା କ’ଣ? ସେ କ’ଣ ମୁଁ ଦେଇଥିବା ଟିକା ତଥ୍ୟ ପଢ଼ି ନାହାନ୍ତି କି?: ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ first appeared on Sambad.

from କରୋନା | Sambad https://ift.tt/3dDEc9Y