ନୂଆଦିଲ୍ଲୀ: ‘ଡେଲ୍‌ଟା ଭେରିଆଣ୍ଟ୍‌’ ଏବଂ ଉତ୍ପତ୍ତି ହେଉଥିବା ଅନ୍ୟାନ୍ୟ ଗୁଣସୂତ୍ର-କ୍ରମ ପରିବର୍ତ୍ତନକାରୀ କରୋନାଭାଇରସ୍‌ଙ୍କୁ ନିଷ୍କ୍ରିୟ କରିବାରେ ତା’ର ଏକକ ଡୋଜବିଶିଷ୍ଟ ଟିକା ଅତ୍ୟନ୍ତ ଫଳପ୍ରଦ ବୋଲି ଗୁରୁବାର ରାତିରେ ନିର୍ମାତା ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି।

ଯୁକ୍ତରାଷ୍ଟ୍ର ଆମେରିକାର ଏହି କମ୍ପାନି ଏକ ବିବୃତିରେ କହିଛି ଯେ, ଉପରୋକ୍ତ ଟିକା ନେଇଥିବା ବ୍ୟକ୍ତିମାନଙ୍କ ଦେହରେ ଅନ୍ୟୂନ ୮ ମାସ ପର୍ଯ୍ୟନ୍ତ ‘ଡେଲ୍‌ଟା’ ସମେତ ଅନ୍ୟାନ୍ୟ ଗୁଣସୂତ୍ର-କ୍ରମ ବିବର୍ତ୍ତିତ କରୋନାଭାଇରସ୍‌ ଭୂତାଣୁମାନଙ୍କୁ ପ୍ରତିହତ କରିବା ଲାଗି ଶକ୍ତିଶାଳୀ ରୋଗ ପ୍ରତିରୋଧକାରୀ ଶକ୍ତି ରହିବ। ଏହି ଟିକା ୮୫% ଫଳପ୍ରଦ ଏବଂ ଏହା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ।

Image Courtesy of The Times of India

‘ଜେ ଆଣ୍ଡ୍‌ ଜେ’ ଔଷଧ ବ୍ୟବସାୟର ଗବେଷଣା ଓ ବିକାଶ ବିଭାଗର ମୁଖ୍ୟ ମାଥାଇ ମ୍ୟାମେନ୍ କହନ୍ତି, ଏଯାବତ୍ ହୋଇଥିବା ୮ ମାସର ଅଧ୍ୟୟନରୁ ସଂଗୃହୀତ ସାମ୍ପ୍ରତିକ ତଥ୍ୟାବଳୀରୁ ଜଣାପଡୁଛି ଯେ, ଏକକ ଡୋଜ୍‌ବିଶିଷ୍ଟ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍-୧୯ ଟିକା ଶରୀରରେ କ୍ଷୟ ହେଉ ନ ଥିବା ଅତ୍ୟନ୍ତ ଶକ୍ତିଶାଳୀ ଭୂତାଣୁ ନିଷ୍କ୍ରିୟକାରୀ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି। ବେଶ୍‌ କିଛି ଦିନ ଧରି ଆମେ ଏହା ଲକ୍ଷ୍ୟ କରି ଆସିଛୁ।

ଦୁଇଟି ଅଧ୍ୟୟନରୁ ‘ଜେ ଆଣ୍ଡ୍‌ ଜେ’ ଉପରୋକ୍ତ ଫଳାଫଳ ଜାଣିପାରିଥିବା କଥା ସୂଚନା ଦେଇଛି।

The post ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌ ଟିକା ‘ଡେଲ୍‌ଟା ଭେରିଆଣ୍ଟ୍‌’କୁ ନିଷ୍କ୍ରିୟ କରିବା ସହ ଦେହରେ ୮ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ରଖୁଛି first appeared on Sambad.

from କରୋନା | Sambad https://ift.tt/3AjFqB8