ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଅଧିକ ଥିବା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼ ଏବଂ ମଣିପୁର ଆଦି ରାଜ୍ୟକୁ କେନ୍ଦ୍ର ସରକାର ଅବିଳମ୍ବେ ଏକାଧିକ ଉଚ୍ଚସ୍ତରୀୟ ଟିମ୍‌ ପଠାଇଛନ୍ତି। ଓଡ଼ିଶାକୁ ଆସୁଥିବା ଟିମ୍‌ର୍ ନେତୃତ୍ବ ନେଇଛନ୍ତି ‘ଏଆଇଆଇଏଚ୍‌ ଆଣ୍ଡ ପିଏଚ୍‌’ରେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଥିବା ଡାକ୍ତର ଏ. ଡାନ୍‌।

ଏହି କେନ୍ଦ୍ରୀୟ ଦଳ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ କର୍ତ୍ତୃପକ୍ଷମାନଙ୍କ ସହ ଆଳାପ କରି କୋଭିଡ୍-୧୯ ମାମଲା ବିସ୍ତାର ଦମନ କରିବାରେ ଆସୁଥିବା ଆହ୍ବାନ ଓ ସମ୍ମୁଖୀନ ହେବାକୁ ପଡୁଥିବା ସମସ୍ୟା ସମ୍ବନ୍ଧରେ ପ୍ରତ୍ୟକ୍ଷ ଧାରଣା ପାଇବେ। ଦମନ ପଦକ୍ଷେପ ସୁଦୃଢ଼ ଦିଗରେ ଥିବା ଅସୁବିଧା ସବୁକୁ ଏଡ଼ାଇବା ହେଉଛି ଏହି ଟିମ୍‌ମାନଙ୍କର ଉଦ୍ଦେଶ୍ୟ। ଦୁଇ ସଦସ୍ୟବିଶିଷ୍ଟ ଏହି ଉଚ୍ଚସ୍ତରୀୟ ଟିମ୍‌ରେ ଅଛନ୍ତି ଜଣେ ଡାକ୍ତର ଏବଂ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ।

Image Courtesy of Business Standard

ଏହା ବ୍ୟତିରେକେ, ଏହି ଟିମ୍‌ କୋଭିଡ୍-୧୯ ସଙ୍ଗତ ଆଚରଣ ଏବଂ ତା’ର ପ୍ରଣୟନ, ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ୍‌, ଭେଣ୍ଟିଲେଟର୍‌, ମେଡିକାଲ୍‌ ଅକ୍ସିଜେନ୍‌ ଆଦିର ଯଥେଷ୍ଟ ସୁବିଧା ଏବଂ ଟିକାକରଣ କଥା ମଧ୍ୟ ବୁଝିବେ।

କେନ୍ଦ୍ରୀୟ ଦଳ ପରିସ୍ଥିତିର ସମୀକ୍ଷା କରିବା ପରେ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ଜନସ୍ବାସ୍ଥ୍ୟ କାର୍ଯ୍ୟକଳାପ ସଂକ୍ରାନ୍ତରେ ନେବାକୁ ଥିବା ପ୍ରତିକାରମୂଳକ ପଦକ୍ଷେପ ନିରୂପଣ କରିବେ। ସେମାନଙ୍କ ରିପୋର୍ଟର ଗୋଟାଏ ଲେଖାଏଁ କପି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯିବ।

The post ଅଧିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦେଖି ଓଡ଼ିଶା ସମେତ ୬ ରାଜ୍ୟକୁ ତୁରନ୍ତ ଉଚ୍ଚସ୍ତରୀୟ ଟିମ୍‌ ପଠାଇଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/2UkhixP