ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ର ଦ୍ବିତୀୟ ଲହାର ଥମି ଆସୁଥିବା ବେଳେ କେରଳରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି। ଆଜି ରାଜ୍ୟରେ ୧୭,୪୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ଏହା ସହିତ ରାଜ୍ୟର ମୋଟ୍‌ ସଂକ୍ରମଣ ୩୭,୭୧,୫୩୦ରେ ପହଞ୍ଚିଛି। ରାଜ୍ୟରେ ଟେଷ୍ଟ୍‌ ପଜିଟିଭିଟି ରେଟ୍‌ (ଟିପିଆର୍‌) ୧୨ ପ୍ରତିଶତରୁ ଅଧିକ ରହୁଥିବାରୁ କେନ୍ଦ୍ର ସରକାର କେରଳରେ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ରରଣନୀତିରେ କାମ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଜୁଲାଇ ୧୯ରେ ରାଜ୍ୟରେ ଟିପିଆର୍‌ ୧୧ ପ୍ରତିଶତ ଅତିକ୍ରମ କରି ଯାଇଥିଲା ଏବଂ ଆଜି ଏହା ୧୨ ପ୍ରତିଶତରୁ ଅଧିକ ରହିବାରୁ ରାଜ୍ୟ ସରକାର ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ପରିଚାଳନାକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛନ୍ତି।

 

The post କେରଳରେ କୋଭିଡ୍‌ ସ୍ଥିତି ଜଟିଳ: ୧୭,୪୬୬ ନୂଆ ମାମଲା, ପଜିଟିଭ୍‌ ହାର ୧୨% ଉପରେ first appeared on Sambad.

from କରୋନା | Sambad https://ift.tt/3eV3aSU