
ଭୋପାଳ: କରୋନା ମୃତ୍ୟୁସଂଖ୍ୟା ଚପାଯାଉଥିବା ନେଇ ସମାଲୋଚନାର ଶିକାର ହେବା ପରେ ମଧ୍ୟପ୍ରଦେଶ ସରକାର ଏଥିରେ ସଂଶୋଧନ ଆଣିଛନ୍ତି। ଦ୍ବିତୀୟ ଲହରରେ କରୋନାରେ ପ୍ରାଣ ହରାଇଥିବା କିନ୍ତୁ ରେକର୍ଡରେ ଦର୍ଶାଯାଇ ନଥିବା ପାଖାପାଖି ଦେଢ଼ ହଜାର (୧୪୭୮ ଜଣ) ମୃତକକୁ ଏବେ ଏଥିରେ ଯୋଡ଼ାଯାଇଛି। ଫଳରେ ଜୁନ୍ ମାସ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୫୦୬କୁ ବୃଦ୍ଧି ପାଇଛି। ପୂର୍ବରୁ ସରକାରୀ ଭାବେ ଏହି ସଂଖ୍ୟ ୯୦୨୭ ରହିଥିଲା।
ସରକାରଙ୍କ ‘ସାର୍ଥକ’ ପୋର୍ଟାଲରେ ଦର୍ଶାଯାଇ ନଥିବା କରୋନା ମୃତକଙ୍କ ରିପୋର୍ଟ ଦେବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶିକ ଛବି ଭରଦ୍ବାଜ ଗତ ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଥିଲେ। ଜୁନ୍ ୩୦ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁର ରିପୋର୍ଟ ଦେବା ପାଇଁ କୁହାଯାଇଥିଲା। ଏହାପରେ ଉକ୍ତ ସଂଖ୍ୟାରେ ସଂଶୋଧନ କରାଯାଇଛି। ସାଧାରଣତଃ ଘରେ ଏକାନ୍ତବାସରେ ରହି ମୃତ୍ୟୁବରଣ କରିଥିବା କିମ୍ବା ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥାଇ ମୃତ୍ୟୁବରଣ କରିଥିବା କରୋନା ରୋଗୀଙ୍କ ସଂଖ୍ୟା ଏହି ପୋର୍ଟାଲରେ ନଥିଲା ବୋଲି କୁହାଯାଇଛି।
The post କରୋନା ମୃତ୍ୟୁସଂଖ୍ୟାରେ ସଂଶୋଧନ ଆଣିଲା ମଧ୍ୟପ୍ରଦେଶ: ତାଲିକାରେ ଯୋଡ଼ାହେଲେ ୧୪୭୮ ପୁରୁଣା ମୃତକ first appeared on Sambad.from କରୋନା | Sambad https://ift.tt/2UHlpnG
0 Comments