
ଭୁବନେଶ୍ବର: ଦୋକାନ ଖୋଲିବାରୁ ନାବାଳକଙ୍କ ଉପରେ ପୁଲିସର ଜୁଲମ୍। ଏପରିକି ବାରମ୍ବାର ଗୋଇଠା ମାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମଙ୍ଗଳବାର ଏପରି ଘଟଣା ଘଟିଛି ଭୁବନେଶ୍ୱର କେସୁରା ଅଞ୍ଚଳରେ।
ସୂଚନାନୁସାରେ, କେସୁରା ଅଞ୍ଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ। ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଞ୍ଚିଥିଲା।
ଆଉ ତାକୁ କାହିଁକି ଦୋକାନ ଖୋଲିଛ ବୋଲି ଧମକାଇଥିଲେ। ବିଚରା ନାବାଳକ କାକୁତିମିନତି ହେଲେ ବି ପୁଲିସ୍ ବାବୁ ଶୁଣିନଥିଲେ। ଆଉ ନାବାଳକକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ। କରୋନା ସ୍ଥିତି ପାଇଁ ଜୀବନ ଓ ଜୀବିକା ବିପନ୍ନ। ବଞ୍ଚିବାର ରାହା ଖୋଜୁଛି ସାଧାରଣ ଜନତା। ଆଉ କିପରି ଦି ପଇସା ରୋଜଗାର କରିହେବ, ସେ ନେଇ ଅଧିକାଂଶ ଚିନ୍ତାରେ। ଏପରି ସମୟରେ ପୁଲିସ୍ ବାବୁଙ୍କର ଏପରି ଗୋଇଠାମରା ଅମାନୁଷିକତାର ଏକ ବଡ଼ ପ୍ରମାଣ।
କରୋନା ସ୍ଥିତି ବେଳେ କଟକଣା ନିହାତି ଦରକାର। ହେଲେ ଟିକିଏ ମାନବିକତା ଦେଖାଇବା ବି ଜରୁରୀ। କିନ୍ତୁ ଏହି ଘଟଣା ଏହାର ବୟାନ କରୁନି। ବରଂ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସାଧାରଣ ଜନତା ପ୍ରତି ଖାକି ବାବଙ୍କୁ ଦାଦାଗିରି ଚିନ୍ତା କରିବାକୁ ବାଧ୍ୟ କରୁଛି।
The post ଲକଡାଉନରେ ଦୋକାନ ଖୋଲିବାରୁ ପୁଲିସର ଜୁଲମ୍ : ଓମଫେଡ ବୁଥ ଖୋଲିଥିବା ନବମ ଶ୍ରେଣୀର ଛାତ୍ରଙ୍କୁ ଗୋଇଠା ପାହାର first appeared on Sambad.
from କରୋନା | Sambad https://ift.tt/3hs0r3I
0 Comments