ନୂଆଦିଲ୍ଲୀ: ଭାରତରେ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବା ଲାଗି ବିଶେଷଜ୍ଞ କମିଟି ‘ଡକ୍ଟର୍‌ ରେଡ୍ଡୀସ୍‌ ଲାବ୍ରଟରିଜ୍‌’କୁ ଅନୁମତି ଦେବାକୁ ମନା କରି ଦେଇଛି।

ଭାରତରେ ଉକ୍ତ ଟିକା ପରୀକ୍ଷା ପାଇଁ ‘ଡକ୍ଟର୍‌ ରେଡ୍ଡୀସ୍‌’ କରିଥିବା ଆବେଦନ ପତ୍ର ଉପରେ ସରକାରଙ୍କଦ୍ବାରା ଗଠିତ ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) ବୁଧବାର ଦିନ ଆଲୋଚନା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ଟିକାର ଚୂଡ଼ାନ୍ତ ପରୀକ୍ଷା ପାଇଁ ଉପରୋକ୍ତ କମିଟି କମ୍ପାନିକୁ ମଞ୍ଜୁରି ଦେବାକୁ ଅଗ୍ରାହ୍ୟ କରି ଦେଇଛି।

Image Courtesy of Reuters

‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ହେଉଛି ‘ସ୍ପୁଟ୍‌ନିକ୍‌ ଭି’ର ନିର୍ମାତାଙ୍କଦ୍ବାରା ନିର୍ମିତ ଏକକ ଡୋଜ୍‌ କରୋନାଭାଇରସ୍ ନିରୋଧୀ ଟିକା। ଆମ ଦେଶକୁ କରୋନାଭାଇରସ୍‌ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ଆଣିବା ଲାଗି ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍ସ୍‌’ ଭାରତୀୟ ‘ରେଗୁଲେଟର୍‌’ମାନଙ୍କ ସହ କଥାବାର୍ତ୍ତା ଚଳାଇଥିଲେ ବୋଲି କମ୍ପାନିର ‘ସିଇଓ’ ଦୀପକ ସାପ୍ରା କହିଛନ୍ତି। କିନ୍ତୁ, ଦେଶରେ ଦୁଇ ଡୋଜ୍‌ବିଶିଷ୍ଟ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରସାରଣ ପାଇଁ ଉଦ୍ୟମ ଚାଲିଥିବା କଥା ସେ କହିଛନ୍ତି।

The post ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ‘ଡକ୍ଟର୍‌ ରେଡ୍ଡୀସ୍‌ ଲ୍ୟାବ୍‌ସ୍‌’କୁ ଅନୁମତି ମିଳିଲା ନାହିଁ first appeared on Sambad.

from କରୋନା | Sambad https://ift.tt/2TokRmq