
ଅଗରତାଲା : ଦେଶରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କେବଳ ଜୁଲାଇରେ ୨୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଟିକାକରଣରେ ଭାରତ ଆମେରିକାକୁ ମଧ୍ୟ ଟପିଯାଇଛି। ତେବେ ଜନସଂଖ୍ୟା ଅନୁଯାୟୀ ତ୍ରିପୁରାରେ ସବୁଠୁ ଅଧିକ ଲୋକ କରୋନା ଟିକା ନେଇ ସାରିଛନ୍ତି। ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ୯୮ ପ୍ରତିଶତ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ବ ୮୦ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି। ତ୍ରିପୁରାରେ ୮ ଜିଲ୍ଲାରେ ୩୭ ଲକ୍ଷ ଜନସଂଖ୍ୟା।
ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ଅତି ନିମ୍ନ ମାନର ରହିଛି। ଅତି ଦୁର୍ଗମ ଅଞ୍ଚଳରେ ଲୋକ କୋଭିଡ୍ କ’ଣ ବି ଜାଣନ୍ତିନି। ତେଣୁ କରୋନା ନେଇ ସଚେତନତା ସୃଷ୍ଟି କରିବା ଏକ ବଡ଼ ଚାଲେଂଜ ଥିଲା। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଅନୁରୋଧ ପରେ ଟିକାକରଣ ତ୍ବରାନ୍ବିତ ହୋଇଛି। ରାଜ୍ୟବ୍ୟାପୀ ହଜାର ହଜାର ଟିକାକରଣ ଶିବିର କରାଯାଇଛି। ଏଥିପାଇଁ ୫୦ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଘରକୁ ଘର ବୁଲି ମଧ୍ୟ ବୟସ୍କଙ୍କୁ ଟିକା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଏକ ଘୋଷଣା କରି କହିଥିଲେ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୭୩ଟି ଗ୍ରାମ ପଞ୍ଚାୟତରେ ୧୦୦ ପ୍ରତିଶତ ଟିକାକରଣ ଶେଷ ହୋଇଛି।
The post ତ୍ରିପୁରାରେ ଟିକା ରେକର୍ଡ: ୪୫ ବର୍ଷରୁ ଊର୍ଦ୍ଧ୍ବ ୯୮% ଟିକା ନେଇଛନ୍ତି first appeared on Sambad.from କରୋନା | Sambad https://ift.tt/3hmvcqV
0 Comments